Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆସନ୍ତାକାଲି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ, କରୋନା ସ୍ଥିତି ଓ ଭାକସିନ ବିତରଣ ବାବଦରେ ହେବ ଚର୍ଚ୍ଚା

23/11/2020 at 10:51 AM

ନୂଆଦିଲ୍ଲୀ,୨୩/୧୧:  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଛି । ଏବେସୁଦ୍ଧା ୯୧ ଲକ୍ଷ ୩୯ ହଜାର ୮୬୬ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ରାଜ୍ୟରେ କରୋନା ମାମଲାରେ ବୃଦ୍ଧି ଘଟିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନଭେମ୍ବର ୨୪ ତାରିଖରେ ସବୁଠାରୁ ପ୍ରବାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଏହି ବୈଠକ ସକାଳ ୧୦ଟାରୁ ଆରମ୍ଭ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହାପରେ ଦିନ ୧୨ଟାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ ।

ବୈଠକରେ କରୋନା ଭାଇରସର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ସ୍ଥିତିକୁ ମଧ୍ୟ ସମୀକ୍ଷା କରିବେ । ଆହୁରି ମଧ୍ୟ ଭାକସିନ୍ ବିତରଣକୁ ନେଇ ରଣନୀତି ଉପରେ ଆଲୋଚନା ହେବ ।

ଯେତେବେଳେ ଭାକସିନ୍ ଉପଲବ୍ଧ ହେବ କିପରି ସମସ୍ତେ ସୂଚାର ରୂପେ ପାଇପାରିବେ ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ୫ଟି ଭାକସିନର ଟ୍ରାଏଲ ଶେଷ ପର୍ଯ୍ୟାୟରେ ପହଁଚିଛି । ଏହି ସବୁର ସଫଳତା ହାର ମଧ୍ୟ ଅଧିକ ରହିଛି ।  

   Related Posts