Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ସନ୍ଧ୍ୟା ୫ରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

1/06/2021 at 4:16 PM

ନୂଆଦିଲ୍ଲୀ ୧/୬: ସିବିଏସଇ ଏବଂ ଆଇସିଏସଇ ବୋର୍ଡ ପରୀକ୍ଷାକୁ ନେଇ ବଡ଼ ବୈଠକ ହେବାକୁ ଯାଉଛି। ଆଜି ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ। ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ମନ୍ଥନ ହେବ । କରୋନା କାଳରେ କେଉଁଭଳି ପରୀକ୍ଷା କରାଯିବ, ପରୀକ୍ଷା ହେବ କି ନାହିଁ ଏହା ଉପରେ ନିଷ୍ପତ୍ତି ହେବ। ଏହା ପୂର୍ବରୁ ଆଜି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ବୋର୍ଡ ପରୀକ୍ଷାକୁ ​‌ନେଇ ବଡ଼ ଘୋଷଣା କରିଥାନ୍ତେ। କିନ୍ତୁ ହଠାତ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

ପରୀକ୍ଷା ସମ୍ବନ୍ଧରେ ନିଜର ନିଷ୍ପତ୍ତିକୁ ଶିକ୍ଷା ମନ୍ତ୍ରାଳୟ ୩ ଜୁନ୍‌ ସୁଦ୍ଧା ସୁପ୍ରିମକୋର୍ଟଙ୍କୁ ଜଣାଇବ। ଗତକାଲି କେନ୍ଦ୍ର ସରକାର ପରୀକ୍ଷାକୁ ନେଇ ନିର୍ଣ୍ଣୟ ନେବାକୁ ସପ୍ରିମକୋର୍ଟଙ୍କ ପାଖରୁ ୨ ଦିନ ସମୟ ମାଗିଥିଲେ। ଏ​‌ବେ ଖୋଦ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଗତ ସପ୍ତାହରେ ପରୀକ୍ଷା ଆୟୋଜନ କରିବା ପାଇଁ ସିବିଏସଇ ବୋର୍ଡ ଦୁଇଟି ବକଳ୍ପ ଦେଇଥିଲା। ତେବେ ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ବିକଳ୍ପ କିମ୍ବା ପରୀକ୍ଷା ରଦ୍ଦକୁ ନେଇ ନିଷ୍ପତ୍ତି ନେଇପାରନ୍ତି।

ଗତ ସପ୍ତାହରେ ହୋଇଥିବା କେନ୍ଦ୍ରମନ୍ତ୍ରୀମାନଙ୍କ ବୈଠକରେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନୀଷ ସିସୋଡିଆ ପରୀକ୍ଷା ରଦ୍ଦ କରି ଇଣ୍ଟରନାଲ୍‌ ମାର୍କ ଆଧାରରେ ପିଲାଙ୍କୁ ମାର୍କ ଦେବା ପାଇଁ ଦାବି ରଖିଥିଲେ। ଯଦି କରୋନାର ତୃତୀୟ ଲହର ଆସେ ତେବେ ତାହା ପିଲାମାନଙ୍କ ପାଇଁ ଅଧିକ ସଂକ୍ରାମକ ହେବ । ତେଣୁ ଏହାକୁ ଧ୍ୟାନରେ ରଖି ପରୀକ୍ଷା ବାତିଲ୍‌ କରିଦେବା ଉଚିତ ବୋଲି ମନୀଷ ସିସୋଡିଆ କହିଥିଲେ।

   Related Posts