ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୬୫ତମ “ମନ୍‌ କି ବାତ୍”, କାଲିଠାରୁ ଆରମ୍ଭ ହେଉଛି ଅନଲକ୍-1, କାର୍ଯ୍ୟକ୍ରମରେ କରିପାରନ୍ତି ଚର୍ଚ୍ଚା

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ୧୧ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ ରେଡିଓରେ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । “ମନ୍‌ କି ବାତ୍‌” କାର୍ଯ୍ୟକ୍ରମର ଏହା ୬୫ତମ ସଂସ୍କରଣ । ତେବେ ପ୍ରଧାନମନ୍ତ୍ରୀ ଆଜି ଏହି ସମ୍ବୋଧନରେ ଦେଶବାସୀଙ୍କ ଅନ୍‌ଲକ-୧ ବିଷୟରେ କହିପାରନ୍ତି ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଏହି କାର୍ଯ୍ୟକ୍ରମ ପାଇଁ ଗତ ସୋମବାର ଦିନ ଲୋକଙ୍କ ଠାରୁ ପରାମର୍ଶ ମାଗିଥିଲା ।

wp:html /wp:html

ସାରାଦେଶରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଜାରି କରିଥିଲା । ବର୍ତ୍ତମାନ ଦେଶରେ ଲକ୍‌ଡାଉନ୍‌ ୪.୦ ଚାଲୁଛି । ଯାହା ଆଜି ସରୁଛି । ଆସନ୍ତାକାଲିଠାରୁ ଦେଶରେ ଅନ୍‌ଲକ-୧ ଲାଗୁ ହେବ । ଏହି ଅନ୍‌ଲକ-୧ ରେ କେତେକ କ୍ଷେତ୍ରକୁ ଆଶ୍ୱସ୍ତି ଦିଆଯାଇଥିବା ବେଳେ କିଛିଟା ନିୟମ କଡାକଡି କରାଯାଇଛି । ଯେପରି କଣ୍ଟେନମେଣ୍ଟ ଜୋନ୍‌ ପାଇଁ କୌଣସି ନିୟମ କୋହଳ କରାଯାଇନାହିଁ ।

ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ପକ୍ଷରୁ ଅନ୍‌ଲୋକ୍‌-୧ ନେଇ ଘୋଷଣା କରାଯାଇଥିଲା । ଏବଂ ଏହି ଘୋଷଣାରେ କେତେକ ନିୟମ ପାଳନ ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଥିବା ବେଳେ ଅନ୍ୟ କେତେକ ନିୟମ ପାଇଁ ରାଜ୍ୟ ସରକାରଙ୍କ ଉପରେ ଛଡାଯାଇଛି ।  ରାତ୍ରୀକାଳୀନ କର୍ଫ୍ୟକୁ ସଂଧ୍ୟା ୭ଟାରୁ ସକାଳ ୭ ଟା ପରିବର୍ତ୍ତେ, ରାତି ୯ଟା ରୁ ସକାଳ ୫ଟା କରାଯାଇଛି ।

ତେବେ ଏହିସବୁ ଭିତରେ ଆଜି ଦେଶବାସୀଙ୍କୁ ପୁଣି ଥରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧନ କରିବା । ଯାହାକି ରବିବାର ଦିନ ୧୧ଟାରେ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ସୂଚନାନୁସାରେ 'ମନ କି ବାତ'ରେ ଘୋଷିତ ଅନଲକ୍ -1 ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି । ଜୁନ୍ ୧ ରୁ ଆରମ୍ଭ ହୋଇଥିବା ପଞ୍ଚମ ଲକଡାଉନ୍ ମଧ୍ୟରେ ଅନେକ ରିହାତି ଦିଆଯାଇଛି |

କରୋନା ସକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ବର୍ତ୍ତମାନ ବଳବତ୍ତର ରହିଛି, ଯାହା ୩୧ ମେ ପର୍ଯ୍ୟନ୍ତ ଚାଲିବ |ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୫ ତମ 'ମନ କି ବାତ' ହେବ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ମାସର ଶେଷ ରବିବାର ରେଡିଓରେ 'ମନ କି ବାଟ' କାର୍ଯ୍ୟକ୍ରମ କରନ୍ତି। ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୋକଙ୍କୁ ସମ୍ବୋଧିତ କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.