ଅଗଷ୍ଟ ୧ ତାରିଖରେ 'ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍'ର ଗ୍ରାଣ୍ଡ୍ ଫିନାଲେକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ ୨୮/୦୭ : ଅଗଷ୍ଟ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍'‌ର ଗ୍ରାଣ୍ଡ ଫିନାଲେକୁ ସମ୍ବୋଧିତ କରିବେ | ଏହି ଅବସରରେ ୧୦ ହଜାରରୁ ଅଧିକ ଛାତ୍ର ସରକାରୀ ବିଭାଗ ଓ ଉଦ୍ୟୋଗର ୨୪୩ ସମସ୍ୟା ସମାଧାନ କରିବାକୁ ପ୍ରତିସ୍ପର୍ଦ୍ଧା କରିବେ | କେନ୍ଦ୍ରୀୟ ମାନବ ସଂସାଧନା ବିକାଶ ମନ୍ତ୍ରୀ ବିକାଶ ପୋଖରିୟାଲ ନିସଙ୍କ ସୋମବାର ଦିନ ଘୋଷଣା କରିଥିଲେ | ଅଗଷ୍ଟ ୧-୩ ତାରିଖ ପର୍ଯ୍ୟନ୍ତ ନିର୍ଧାରିତ ହ୍ୟାକାଥନ୍‌ର ଗ୍ରାଣ୍ଡ ଫିନାଲେ ଯୋଜନାକୁ ଅନ୍ତିମ ରୂପ ଦେବାକୁ ଏକ ଉଚ୍ଚ ସ୍ଥରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ |

{"id":306662,"sizeSlug":"large"}

ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍ ଦେଶ ସାମ୍ନାକୁ ଆସୁଥିବା ଚେତାବନୀକୁ ସମାଧାନ କରିବା ପାଇଁ ନୂଆ ଓ ଡିଜିଟାଲ ପ୍ରଦ୍ୟୋଗିକ ନବାଗତଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ | ବିକାଶ ପୋଖରିୟାଲ ନିସଙ୍କ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନସିଂ ମାଧ୍ୟମରେ ଅଗଷ୍ଟ ୧ ତାରିଖ ସନ୍ଧ୍ୟା ସାଢେ ୭ଟାରେ ଦୁନିଆର ସବୁଠାରୁ ବଡ ଅନଲାଇନ ହ୍ୟାକାଥନ୍ ଗ୍ରାଣ୍ଡ ଫିନାଲେକୁ ସମ୍ବୋଧିତ କରିବେ | କରୋନାକୁ ଦୃଷ୍ଟିରେ ରଖି ଫିନାଲେ ଅନଲାଇନ ଆୟୋଜିତ କରାଯିବ ଯେଉଁଥିରେ ଦେଶର ସମସ୍ତ ପ୍ରତିଯୋଗୀଙ୍କୁ ବିଶେଷ ଭାବେ ନିର୍ମିତ ଏକ ଉନ୍ନତ ପ୍ଲାଟଫର୍ମରେ ଏକା ସହିତ ଯୋଡ଼ାଯିବ |

{"id":306668,"sizeSlug":"large"}

ସେ କହିଛନ୍ତି ଯେ, 'ଚଳିତ ବର୍ଷ ଆମ ପାଖରେ ୧୦ ହଜାରରୁ ଅଧିକ ଛାତ୍ର ଅଛନ୍ତି ଯେଉଁମାନେ କେନ୍ଦ୍ର ସରକାରଙ୍କ ୩୭ ବିଭାଗ, ୧୭ ରାଜ୍ୟ ସରକାର ଏବଂ ୨୦ ଉଦ୍ୟୋଗର ୨୪୩ ସମସ୍ୟାର ସମାଧାନ କରିବାକୁ ପ୍ରତିସ୍ପର୍ଦ୍ଧା କରିବେ | ପ୍ରତ୍ୟେକ ସମସ୍ୟା ବୟାନ ପାଇଁ ଏକା ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି | ୩ ବିଜେତା ଚୟନ ହେବ | ପ୍ରଥମ ବିଜେତାଙ୍କ ପାଇଁ ଏକା ଲକ୍ଷ ଟଙ୍କା, ଦ୍ୱିତୀୟ ବିଜେତାଙ୍କ ପାଇଁ ୭୫ ହଜାର ଟଙ୍କା, ତୃତୀୟ ବିଜେତାଙ୍କ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ରହିବ |' ଏହା ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ହ୍ୟାକାଥନ୍ ର ଚତୁର୍ଥ ସଂସ୍କରଣ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.