ଦିଲ୍ଲୀ ତାଲକଟୋରା ଷ୍ଟାଡିୟମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମୈ ଭି ଚୌକିଦାର’ ଅଭିଯାନ

Published By : Prameya-News7 Bureau | March 31, 2019 IST

ନୂଆଦିଲ୍ଲୀ ୩୧|୩ : ଆଜି ସଂଧ୍ୟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଚୌକିଦାର ଚୋର ହେ’ ନାରା ବିପକ୍ଷରେ ପ୍ରଧାନମନ୍ତ୍ରୀ ଏହି ମେଗା ଶୋ’ କରିବାକୁ ଯାଉଛନ୍ତି । ‘ମେ ଭି ଚୌକିଦାର’ ଅଭିଯାନରେ ମୋଦି ଲକ୍ଷାଧିକ ଲୋକଙ୍କ ସହ କଥାବାର୍ତ୍ତା ହେବେ ।

ତାଲକଟୋରା ଷ୍ଟାଡିୟମ୍ ରେ ୫ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ ମୋଦି ଦେଶର ୫୦୦ ରୁ ଅଧିକ ସ୍ଥାନରେ ମେ ଭି ଚୌକିଦାର କ୍ୟାମ୍ପେନକୁ ସମର୍ଥନ କରୁଥିବା ଲୋକଙ୍କ ସହ ଭିଡିଓ ଜରିଆରେ କଥା ହେବେ । ଦିଲ୍ଲୀର ୭ଟି ଲୋକସଭା କ୍ଷେତ୍ରରେ ମୋଦିଙ୍କୁ ଶୁଣିବା ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଇଛି । ଦେଶର ଅଲଗା ସ୍ଥାନରୁ ଜନତା ନମୋ ଆପ୍ ଜରିଆରେ ପିଏମ୍ ମୋଦିଙ୍କ ସହ ଜଡିତ ହେବେ ।

ଏହି ଭିଡିଓ କନଫରେନ୍ସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଦିଲ୍ଲୀର ଭିନ୍ନ ଭିନ୍ନ ଲୋକସଭା କ୍ଷେତ୍ରକୁ ଯାଇ ପାର୍ଟିର ବରିଷ୍ଠ ନେତା ,କାର୍ଯ୍ୟକର୍ତ୍ତା ଏବଂ ସାଂସଦଙ୍କ ସହ ବସି ମୋଦିଙ୍କ ସମ୍ବୋଧନକୁ ଶୁଣିବେ । ଏହି ସମୟରେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ମଉକା ମଧ୍ୟ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.