Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଙ୍ଗଳବାର ସନ୍ଧ୍ୟା ୪ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

29/06/2020 at 10:50 PM

ନୂଆଦିଲ୍ଲୀ ୨୯।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟା ୪ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ଟ୍ଵିଟ୍ କରି ଏହାର ସୂଚନା ଦେଇଛି। କୁହାଯାଉଛି ଯେ, କରୋନା ଏବଂ ଚୀନ ସହିତ ସୀମାରେ ଜାରି ବିବାଦ ବିଷୟରେ ଆଲୋଚନା କରି ପାରନ୍ତି। ସେ ଆାତ୍ମ ନିର୍ଭର ଭାରତ ଅଭିଯାନକୁ ଆଗକୁ ବଢାଇବା ଉପରେ ଜୋର୍‌ ଦେଇ ପାରନ୍ତି। ଉଲ୍ଲେଖନୀୟ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୫ ଲକ୍ଷ ପାଖାପାଖି ପହଞ୍ଚି ସାରିଛି।

ଏହା ପୂର୍ବରୁ ଭାରତ-ଚୀନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ୫୯ ନାଇନିଜ୍ ଆପ୍ ଉପରେ ରୋକ୍‌  ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ୟୁସି ବ୍ରାଉଜର, କ୍ୟାମ ସ୍କାନର ପରି ବହୁତ ପ୍ରସିଦ୍ଧ ଆପ୍‌ ସାମିଲ।  ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍‌ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରୋନାଠୁ ନେଇ ବାତ୍ୟା, ପଙ୍ଗପାଳ  ଏବଂ ଲଦାଖରେ ସହିଦ୍‌ଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମ୍ବୋଧନରେ ସେ ଚୀନର ନାମ ନେଇ ଜୋରଦାର ହମଲା କରିଥିଲେ। ଏହା ସହିତ ପଡୋଶୀ ଦେଶକୁ ରୋକ୍‌ ଠୋକ୍‌ ଜବାବ ଦେଇଥିଲେ।

ଉଲ୍ଲେଖନୀୟ ଦେଶ ଏବେ କରୋନା ସହ ଲଢୁଥିବା ବେଳେ ସୀମାରେ ଭାରତୀୟ ସୈନିକ ଶତ୍ରୁ ସହ ଲଢେଇ କରୁଛନ୍ତି। ଭାରତକୁ ଏବେ ଦୁଇଟି ଦୁଇଟି ମୋର୍ଚ୍ଚାରେ ଲଢିବାକୁ ପଡୁଛି।

   Related Posts