ବ୍ରିଟେନ୍‌ରେ ଆରମ୍ଭ ହେଉଛି ‘ଇଣ୍ଡିଆ ଗ୍ଲୋବାଲ ଓ୍ୱିକ୍’, ଅନ୍‌ଲାଇନ୍‌ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | July 08, 2020 IST

ନୂଆଦିଲ୍ଲୀ ୦୮।୦୭: ଆଜିଠାରୁ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆ ଗ୍ଲୋବାଲ ସପ୍ତାହ-୨୦୨୦ । ଏହା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଅଂଶଗ୍ରହଣ କରିବେ । ଭର୍ଚ୍ୟୁଆଲ୍‌ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ  ଏବଂ ସମ୍ବୋଧନ ମଧ୍ୟ କରିବେ ।  ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ  ମୋଦୀ ଭାରତର ବାଣିଜ୍ୟ ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ନିଜର ମତ ରଖିବେ । ଏହା କାର୍ଯ୍ୟକ୍ରମରେ ବ୍ରିଟେନ୍‌ ପକ୍ଷରୁ ପ୍ରିନ୍ସ ଚାର୍ଲ୍ସ ଯୋଗଦେବେ ଏବଂ ତାଙ୍କର ଏକ ବିଶେଷ ସମ୍ବୋଧନ ରହିଛି ।

ଦେଶରେ ଅନେକ ବଡ ବିନିଯୋଗ ଏବଂ ଉତ୍ପାଦନର  ସୁଯୋଗ ପାଇବାକୁ ଆଶା କରାଯାଉଛି ।  ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଇଣ୍ଡିଆ ଗ୍ଲୋବାଲ୍ ସପ୍ତାହ ୨୦୨୦ ଆନ୍ତର୍ଜାତୀୟ ସ୍ତରରେ ଅନଲାଇନରେ ମାଧ୍ୟମରେ ଅନୁଷ୍ଠିତ ହେଉଛି। ଭାରତର ବିଶ୍ୱକରଣକୁ ଦୃଷ୍ଟିରେ ରଖି ଅନେକ ବଡ଼ ବିନିଯୋଗ ଏବଂ ଉତ୍ପାଦନ ପାଇଁ ସୁଯୋଗ ପ୍ରଦାନ ମିଳିବା ଭଳି ଆଶା କରାଯାଉଛି। ଇଣ୍ଡିଆ ଇନ ଗ୍ରୁପ୍ ସିଇଓ ତଥା ଚେୟାରମ୍ୟାନ୍ ମନୋଜ ଲଡୱା କହିଛନ୍ତି ଯେ, କରୋନା ମହାମାରୀର ଛାୟାରେ ଭାରତ ପ୍ରତିଭା ଏବଂ ବୈଷୟିକ ଜ୍ଞାନର ଭଣ୍ଡାର ଭାବରେ ଉଭା ହୋଇଛି।  ତେଣୁ ଆଶା କରାଯାଏ କରାଯାଉଛି  ପିଏମ ମୋଦୀଙ୍କ ବାର୍ତ୍ତା ସମଗ୍ର ବିଶ୍ୱ ପାଇଁ ମହତ୍ୱପୂର୍ଣ୍ଣ ହେବ। ଗ୍ଲୋବାଲ୍ ସପ୍ତାହର ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବେସାମରିକ ବିମାନ ଚଳାଚଳ ଏବଂ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ସାମିଲ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.