Monday, January 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଶେଷ ଦିନ ; ଅଧିବେଶନରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ ୧୨|୧: ଦିଲ୍ଲୀ ରାମଲୀଳା  ମୈଦାନରେ ଚାଲିଥିବା  ୨ ଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଶେଷ ଦିନ ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନରେ ଯୋଗ ଦେଇ ଉଦବୋଧନ ଦେବେ । ଅଧିବେଶନରେ ଆଗାମୀ ଲୋକସଭା ନିର୍ବାଚନରେ କଣ ଷ୍ଟ୍ରାଟେଜି ରହିବ, ଦଳ କିପରି ଭାବରେ ଭଲ ପ୍ରଦର୍ଶନ କରିବ ସେନେଇ ରଣନୀତି ରଖିବେ ମୋଦି । ଗତକାଲି ବୈଠକ ଆରମ୍ଭରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୨୦୧୯ ଲେ।କସଭା ନିର୍ବାଚନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ଆହ୍ବାନ୍ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ।  ବିଜୟ ଲାଭ କରିବାକୁ ହେଲେ କର୍ମକର୍ତ୍ତାଙ୍କୁ ରାତିଦିନ ଏକ କରି କାମ କରିବାକୁ ପଡିବ । ୨୦୧୯ ନିର୍ବାଚନ ବିଚାରଗତ ଯୁଦ୍ଧର ନିର୍ବାଚନ । ଦୁଇଟି ବିଚାରଧାରା ସାମ୍ନାସାମ୍ନି ରହିଛି ।  ତେଣୁ ଏହାକୁ ଜିତିବା ବହୁତ ଗୁରୁତ୍ବପୂର୍ଣ୍ଣ ବେ।ଲି କହିଛନ୍ତି ଅମିତ୍ ଶାହା । ନିର୍ବାଚନ ପୂର୍ବରୁ ଏହା ହେଉଛି ବିଜେପିର ଶେଷ ରାଷ୍ଟ୍ରୀୟ ଅଧିବେଶନ । ତେଣୁ ଏହାର ଗୁରୁତ୍ବ ରହିଛି ।

98 Views

   You May Also Like