ଶିକ୍ଷକ ଦିବସ ଅବସରରେ ଦେଶର ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଲେ ମୋଦି: କହିଲେ, ଶିକ୍ଷକଙ୍କ ଅବଦାନ ପାଇଁ ସର୍ବଦା କୃତଜ୍ଞ

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଯୋଗଦାନକୁ ନେଇ ଖୁବ ପ୍ରଶଂସା କରିଛନ୍ତି | ଛାତ୍ରଙ୍କୁ ଗଢିବାରେ ଶିକ୍ଷକଙ୍କ ଅବଦାନକୁ ନେଇ ଦେଶ ସର୍ବଦା ଶିକ୍ଷକଙ୍କ ପ୍ରତି କୃତଜ୍ଞ ରହିବେ ବୋଲି ସେ କହିଛନ୍ତି | ଶିକ୍ଷକଙ୍କ ଅତୁଳନୀୟ ପ୍ରୟାସ ପାଇଁ ସେ ଶିକ୍ଷକମାନଙ୍କୁ ପ୍ରଶଂସା କରିବ ସହ ଧନ୍ୟବାଦ ଜଣାଇଛନ୍ତି | ଶିକ୍ଷକ ଦିବସ ଅବସରରେ ମୋଦି ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀରେ ଦେଶରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ |

wp:core-embed/twitter {"url":"https://twitter.com/narendramodi/status/1302073007779663872","type":"rich","providerNameSlug":"twitter","className":""}
https://twitter.com/narendramodi/status/1302073007779663872
/wp:core-embed/twitter

ଆଉ ଏକ ଟ୍ୱିଟରେ ମୋଦି କହିଛନ୍ତି, ଦେଶର ଭବ୍ୟ ଇତିହାସ ସହ ଆମର ସଂଯୋଗକୁ ଶିକ୍ଷକଙ୍କ ଛଡା ଆଉ କିଏ ଗଭୀର କରି ପାରିବ | ଦେଶର ଗର୍ବ ଗୌରବ, ଇତିହାସ ସମ୍ପର୍କରେ ଶିକ୍ଷକମାନେ ଛାତ୍ରଙ୍କୁ ଶିକ୍ଷା ଦେଇଛନ୍ତି | ସେ ନିଜର ମନ କି ବାତ କାର୍ଯ୍ୟକ୍ରମରେ ଦେଇଥିବା ଏକ ପରାମର୍ଶ ସମ୍ପର୍କରେ ମଧ୍ୟ କହିଛନ୍ତି | ସେ କହିଛନ୍ତି ଯେ, ଶିକ୍ଷକ ସ୍ୱାଧୀନତା ସଂଗ୍ରାମୀର ବେନାମୀ ନାୟକଙ୍କ କାହାଣୀ ସହ ଅବଗତ କରାଇବା ଉଚିତ | ବେନାମୀ ନାୟକଙ୍କ କାହାଣୀ ଛାତ୍ରଙ୍କ ସାମ୍ନାକୁ ଆଣିବାକୁ ଶିକ୍ଷକ ପ୍ରସ୍ତୁତ ହେବା ଦିଗରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି |     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.