ଚୀନକୁ ଉଚିତ୍ ଶିକ୍ଷା ଦେବାକୁ ମେଗାପ୍ଲାନ ? ଜି-୭ରେ ସାମିଲ ହେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ ୦୨।୦୬: ଚୀନକୁ ଉଚିତ୍ ଶିକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେଗାପ୍ଲାନ ପ୍ରସ୍ତୁତ କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ବାର୍ତ୍ତାଳପ ହୋଇଛି। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜି-୭ ସମ୍ମିଳନୀ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ  ଜି-୭ରେ ସାମିଲ କରାଇବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କରୋନା ପରେ ଏହି ପରି ମଜବୁତ ସଂଗଠନର ଆବଶ୍ୟକତା ରହିଛି। ଏହି ସମ୍ମିଳନୀର ସଫଳତା ଲାଗି ଆମେରିକା ଓ ଅନ୍ୟ ଦେଶ ସହିତ ମିଶି କି କାମ କରିବା ଏକ ପ୍ରସନ୍ନତାର ବିଷୟ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ଜାରି ହିଂସାକୁ ନେଇ ଚିନ୍ତ ବ୍ୟକ୍ତ କରିଛନ୍ତି ଏବଂ ସ୍ଥିତି ଶୀଘ୍ର ସ୍ଵାଭାବିକ ହେବାକୁ କାମନା କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ କୋଭିଡ୍-୧୯ର ସ୍ଥିତି, ଭାରତ ଓ ଚୀନ ସୀମାରେ ଜାରି ସ୍ଥିତି ଏବଂ ବିଶ୍ଵ ସ୍ଵାସ୍ଥ୍ୟସଂଗଠନରେ ସୁଧାର ବିଷୟରେ ଆଲୋଚନା କରିଛନ୍ତି।

wp:core-embed/twitter {"url":"https://twitter.com/narendramodi/status/1267845876703129601?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1267845876703129601\u0026ref_url=https%3A%2F%2Faajtak.intoday.in%2Fstory%2Fpm-modi-telephone-conversation-president-of-usa-donald-trump-g7-meeting-1-1196919.html","type":"rich","providerNameSlug":"twitter","className":""}
https://twitter.com/narendramodi/status/1267845876703129601?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1267845876703129601&ref_url=https%3A%2F%2Faajtak.intoday.in%2Fstory%2Fpm-modi-telephone-conversation-president-of-usa-donald-trump-g7-meeting-1-1196919.html
/wp:core-embed/twitter

କରୋନା ଭାଇରସ୍‌ ଲଢେଇରେ ପରସ୍ପର ସହଯୋଗକୁ ନେଇ ମଧ୍ୟ ଦୁଇ ନେତା କଥାବର୍ତ୍ତା ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଆଲୋଚନା ସମୟରେ ଚଳିତ ବର୍ଷ ଫେବୃଆରୀରେ ନିଜର ଭାରତ ଯାତ୍ରାକୁ ମଧ୍ୟ ମନେ ପକାଇଥିଲେ। ସେ ଭାରତରେ ହୋଇଥିବା ଦମଦାର ସ୍ଵାଗତକୁ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଜାରି ବିବାଦକୁ ନେଇ ମଧ୍ୟ ଆଲୋଚନା ହୋଇଛି। ଟ୍ରମ୍ପ ନିକଟରେ ଭାରତ ଓ ଚୀନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ। ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ଭାରତ ଓ ଚୀନ ଖାରଜ କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଆମେରିକାର ଅନେକ ସହରରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ନାମରେ ଏକ ଅଶ୍ଵେତଙ୍କ ମୃତ୍ୟ ପରେ ସେଠାରେ ହିଂସାକାଣ୍ଡ ଘଟିଛି। ହ୍ଵାଇଟ୍‌ ହାଉସ୍‌ ପର୍ଯ୍ୟନ୍ତ ହିଂସା ପହଞ୍ଚିବା ପରେ ଟ୍ରମ୍ପଙ୍କୁ ବଙ୍କରରେ ଲୁଚିବାକୁ ପଡିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.