Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

‘ଚିଟ୍‌ଫଣ୍ଡ କି ମଦଦଗାର ଚାହିଏ ୟା ଚୌକିଦାର ଚାହିଏ’ ବୋଲି ଭବାନୀପାଟଣାରେ ଲୋକଙ୍କୁ ପଚାରିଲେ ମୋଦି

2/04/2019 at 12:09 PM

ଭବାନୀପାଟଣା ୨|୪ :  କଳାହାଣ୍ଡି ଭବାନୀପାଟଣାର ରାଧାକୃଷ୍ଣନଗରରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ । ମା ମାଣିକେଶ୍ବରୀଙ୍କୁ ପ୍ରଣାମ କରି ଅଭିଭାଷଣ ଆରମ୍ଭ କଲେ ମୋଦି । ୫ବର୍ଷ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନେଇ ନଥିବା କହିଛନ୍ତି । ମୋଦି ଦେଶ ଓ ଜନତାଙ୍କ ପ୍ରଥମ ସେବକ ବୋଲି ସେ କହିଛନ୍ତି । ୧୯ବର୍ଷର ବିଜେଡି ସରକାରକୁ ପରିବର୍ତ୍ତନ କରି ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଗଠନର ସମୟ ଆସିଛି ବୋଲି ମୋଦି କହିଛନ୍ତି । ଜନ୍ମ ହୋଇଥିବା ପିଲାଟିଏ ମଧ୍ୟ ୧୯ବର୍ଷ ସମୟ ମଧ୍ୟରେ ବଡ ହୋଇ ଡାକ୍ତର, ଇଞ୍ଜିନିୟର ହୋଇପାରୁଛନ୍ତି । କିନ୍ତୁ ୧୯ବର୍ଷ ମଧ୍ୟରେ ବିଜେଡି ସରକାର କିଛି ବି କରିପାରିଲାନାହିଁ ବୋଲି ମୋଦି କହିଛନ୍ତି । ୧୯ବର୍ଷ ପରେ ଓଡିଶାରେ ନୂଆ ସୂର୍ଯ୍ୟଦୋୟ ହେବାକୁ ଯାଉଛି ବୋଲି ମୋଦି କହିଛନ୍ତି ।  

ଓଡିଶାବାସୀ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଓଡିଶାବାସୀ ସହଯୋଗ କରିଛନ୍ତି । ଏବେ ମଧ୍ୟ ସେହି ସହଯୋଗ ଆବଶ୍ୟକ ବୋଲି ମୋଦି କହିଛନ୍ତି । ପଛୁଆ ବର୍ଗର ବିକାଶ ପାଇଁ କେନ୍ଦ୍ରର ବିଜେପି ସରକାର ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଛନ୍ତି । ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେପି ବଦ୍ଧପରିକର । ଚିଟଫଣ୍ଡ ଲୁଟେରାଙ୍କୁ ସହଯୋଗ କରୁଥିବା ଲୋକ ଦରକାର ନା ଚୌକିଦାର ଦରକାର ବୋଲି ମୋଦି ଲୋକଙ୍କୁ ପ୍ରଶ୍ନ କରିଥିଲେ । କଂଗ୍ରେସକୁ ମଧ୍ୟ ମୋଦି ସମାଲୋଚନା କରିଥିଲେ । କଂଗ୍ରେସ କେବଳ ଆଦିବାସୀ ବିକାଶ ନାରା ଦେଇ ଶିଖିଛି । ବିଜେପି କିନ୍ତୁ କାମରେ କରି ଦେଖାଇବାରେ ବିଶ୍ବାସ କରୁଛି ।

ଓଡିଶାର ୮ଲକ୍ଷ ଗରିବଙ୍କୁ ପକ୍କା ଘର ମିଳିଛି । ଓଡିଶାର ୨୪ଲକ୍ଷ ଘରକୁ ବିଜୁଳି ବିଜେପି ସରକାର ଦେଇଛି । ୪୦ଲକ୍ଷ ଭଉଣୀଙ୍କୁ ଉଜ୍ଜ୍ବଳା ଗ୍ୟାସ୍ ଯୋଗାଯାଇଛି । ୫୦ଲକ୍ଷ ଶୌଚାଳୟ ରାଜ୍ୟରେ ନିର୍ମାଣ କରାଯାଇଛି । ଜଙ୍ଗଲଜାତ ସାମଗ୍ରୀର ଏମଏସପି ବୃଦ୍ଧି କରାଯାଇଛି । ଜଙ୍ଗଲଜାତ ସାମଗ୍ରୀର ପରିସର ବ୍ୟାପକ କରାଯାଇଛି । ଏବେବି ଅନେକ ସ୍ବପ୍ନ ଅଧୁରା ଅଛି । କେନ୍ଦ୍ରରେ ପୁଣି ବିଜେପି ସରକାର ଗଠନ କଲେ ସେ ସ୍ବପ୍ନ ପୂରଣ ହେବ ବୋଲି ମୋଦି କହିଛନ୍ତି । ଭାଷଣ ସମାପ୍ତ କରିବା ପୂର୍ବରୁ ମୋଦି ତାଙ୍କ ଚୌକିଦାର ନାରା ଦେବାକୁ ଭୁଲିନଥିଲେ । ତାଙ୍କ ସହ ସ୍ବର ମିଳାଇ ଗଲି ଗଲି ମୈ, ସେହର ସେହର ମୈ, ଗାଓଁ ଗାଓଁ ମୈ ଚୌକିଦାର ନାରା ଦେଇଥିଲେ ।

   Related Posts