Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମୋଦି-ରାହୁଲ ବାକ୍‌ଯୁଦ୍ଧ: ବାଡି ବନାମ ସୂର୍ଯ୍ୟ ନମସ୍କାର ଏବଂ ଟ୍ୟୁବଲାଇଟ୍‌ ଓ ଗାଳିପ୍ରୁଫ୍

6/02/2020 at 6:11 PM

ନୂଆଦିଲ୍ଲୀ ୦୬।୦୨: ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୁଟ୍‌କି । ପୂର୍ବରୁ ରାହୁଲ ଗାନ୍ଧି ମନ୍ତବ୍ୟ ଦେଇଥିଲେ ଯେ ଦେଶର ଯୁବବର୍ଗ ଏତେ ରାଗି ଯାଇଛନ୍ତି ଯେ ସେମାନେ ୬ ମାସ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଡ଼ିରେ ପିଟିବେ ।ଏହାର ଜବାବରେ ମୋଦି ଆଜି କହିଛନ୍ତି ଯେ ସେ ଏଥିପାଇଁ ପ୍ରତିଦିନ ସେ  ପିଠି ଟାଣ କରୁଛନ୍ତି  ।

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ମୋଦି ରଖିଥିଲେ ଉତ୍ତର । ଆଉ ତାଙ୍କର ଅଭିଭାଷଣରେ ଟାର୍ଗେଟ୍‌ରେ ଥିଲେ ବିରୋଧୀ। ବିଶେଷ କରି ରାହୁଲ ଗାନ୍ଧି । ରାହୁଲଙ୍କ ନାମ ନନେଇ ମୋଦି କହିଥିଲେ ଯେ ସେ ପିଠି ଟାଣ କରୁଛନ୍ତି କାରଣ ଲୋକେ କୁଆଡ଼େ ତାଙ୍କୁ ପିଟିବାକୁ ଆସୁଛନ୍ତି ବୋଲି କଂଗ୍ରେସ ନେତା କହୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହା କହିବା ବେଳେ ବେଶ୍ ହଟ୍ଟଗୋଳ ହୋଇଥିଲା । ପ୍ରଧାନମନ୍ତ୍ରୀ ରାହୁଲଙ୍କୁ ଜବାବ ଦେଇ ଏହାକୁ କହୁଥିବା ବେଳେ ଗୃହରେ ରାହୁଲ ପ୍ରତିବାଦ କରିଥିଲେ । ଆଉ ଏହି  ସମୟରେ ମୋଦି କହିଥିଲେ ଯେ ମୁଁ ୩୦-୪୦ ମିନିଟ୍ ହେଲା କହୁଥିଲି । କିନ୍ତୁ କରେଣ୍ଟ ସେଠି ପହଞ୍ଚିବାକୁ ଡେରି ହେଲା ।

ରାହୁଲ ଗାନ୍ଧୀ ବୁଧବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରୁଥିବା ବେଳେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ୬ ମାସ ପରେ ଆଉ ଘରୁ ବାହାରି ପାରିବେ ନାହିଁ ।ଦେଶର ବେକାର ଯୁବକ ମାନେ ତାଙ୍କୁ ଠେଙ୍ଗାରେ ପିଟିବେ । ଏହାର ଜବାବ ମୋଦି ପାର୍ଲାମେଣ୍ଟରେ ଦେଇଥିଲେ। କହିଥିଲେ ୬ ମାସ ସମୟ ଅଛି।

ମୁଁ ଏଥିପାଇଁ ମୁଁ ସୂର୍ଯ୍ୟ ନମସ୍କାର କରି ନିଜ ପିଠି ଟାଣ କରୁଛି। ୨୦ ବର୍ଷ ହେଲା ମୁଁ ଗାଳି ଶୁଣି ନିଜକୁ ଗାଳିପ୍ରୁଫ୍ ବନାଇଛି ସେମିତି ୬ ମାସ ଭିତରେ କରିବି।  କଂଗ୍ରେସ ଚିନ୍ତାରେ ଚାଲୁଥିଲେ କରତାରପୁର କରିଡର ହୋଇନଥାନ୍ତା , ଧାରା  ୩୭୦ ହଟିନଥାନ୍ତା, ରାମ ଜନ୍ମଭୂମି ବିବାଦ ସମାଧାନ ହୋଇନଥାନ୍ତା, ଟ୍ରିପଲ୍ ତଲାକ ବି ହଟି ନଥାନ୍ତା  ବୋଲି ପ୍ରଧାନମନ୍ତ୍ରି ନିଜ ଅଭିଭାଷଣରେ କହିଛନ୍ତି ।

   Related Posts