Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଜୟପୁରରେ ଗଣି ଗଣି ବିଜେଡି ସରକାରକୁ ତୀର ମାରିଲେ ମୋଦି, କେଉଁ କେଉଁ ପ୍ରସଙ୍ଗ ଉଠାଇଲେ ଜାଣନ୍ତୁ…

29/03/2019 at 6:07 PM

ଜୟପୁର ୨୯|୩: ନିର୍ବାଚନ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପ୍ରଥମ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ଜୟପୁରରେ। ତେବେ ମୋଦି ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ବାଣ ମାରିଚାଲିଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଭୋଟ ମାଗିଥିଲେ। ଏତିକିବେଳେ ମୋଦି ନବୀନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିବା ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ପାକିସ୍ତାନ ମାଧ୍ୟମରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କୁ ନିଶାନା ସାଧିଛନ୍ତି। 

ଆଉ ବୁଲେଇ ବଙ୍କେଇ ନୁହେଁ, ଏଥର ଡାଇରେକ୍ଟ ଆଟାକ୍ କଲେ । ଜୟପୁରରେ ପ୍ରଥମ ନିର୍ବାଚନୀ ସଭାରେ ରାଜ୍ୟ ସରକାର ଏବଂ ବିଜେଡି ସୁପ୍ରିମୋଙ୍କୁ ଏମିତି ସିଧାସଳଖ ଆଟାକ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଜୟପୁରରେ ପହଞ୍ଚିବା ପରେ ମୋଦିଙ୍କୁ କୋରାପୁଟିଆ ଚାଷୀ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ ପଦ୍ମଶୀର କମଳା ପୂଜାରୀ। ଆଉ ମୋଦିଙ୍କ ରାଲିରେ ଉପସ୍ଥିତ ଥିଲେ ଜୟ ବିଜୟ, ଧର୍ମେନ୍ଦ୍ର, ମନମୋହନ ବିଜେପିର ବରିଷ୍ଠ ନେତା ।

ମୋଦି  ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ କିନ୍ତୁ ତାପରେ ସିଧା ରାଜ୍ୟ ସରକାରଙ୍କ ଆଡ଼କୁ ଗୋଟିଏ ପରେ ଗୋଟିଏ ଆକ୍ଷେପ କରିଚାଲିଥିଲେ। ମଜବୁର  ଓ ମଜଭୁତ ସରକାର କଥା ଉଠାଇ ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି । ଆୟୂଷ୍ମାନ, ପିଏମ କିଶାନ ଯୋଜନାରେ ରାଜ୍ୟ ଆଭିମୁଖ୍ୟକୁ ସମାଲୋଚନା କରିବା ସହ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଖର୍ଚ କରିବାରେ ରାଜ୍ୟ ସରକାର ବହୁ ପଛରେ କହି ବିଜେଡି ସରକାରକୁ ଦାୟୀ କରିଛନ୍ତି।  କାଳିଆ ଯୋଜନାରେ ଘୋଟାଲା ଏବଂ ମହିଳା ସୁରକ୍ଷା, ଚିଟଫଣ୍ଡ  ଭଳି ପ୍ରସଙ୍ଗରେ ନବୀନ ସରକାରଙ୍କୁ ଆକ୍ଷେପ କରିଛନ୍ତି ମୋଦି । । ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ୍ ର ନାରା ଦେଇଥିଲେ । ମୋଦି ଯେମିତି ଗଣି ଗଣି ଗୋଟିଗୋଟି ପ୍ରସଙ୍ଗ ଉଠାଇଥିଲେ। ବିଜେଡି ମଧ୍ୟ ସେମିତି ଗଣି ଗଣି ଗୋଟିଗୋଟି ପ୍ରସଙ୍ଗରେ ଜବାବ ରଖିଥିଲା।

କେବଳ ବିଜେଡି ନୁହେଁ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଙ୍କୁ ବି ନିଶାନା ସାଧିଥିଲେ ମୋଦି । ପାକ୍ ଆତଙ୍କୀ ଶିବରି ଉପରେ ଏୟାର ଷ୍ଟ୍ରାଇକ୍ , ବୈଜ୍ଞାନିକଙ୍କ ସଫଳତା, କେନ୍ଦ୍ରର ବିଭିନ୍ନ ଯୋଜନାର ହିସାବ ଦେଇ  ବାହା ବାହା ନେବାକୁ ଚେଷ୍ଟା କରିଛନ୍ତି । କହିଛନ୍ତି, ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ ପଶି ବାଲାକୋଟରେ ଆକ୍ରମଣ କଲା। ଆତଙ୍କୀଙ୍କୁ ମାରିଲା । ମାସେ ହେଲା ପାକିସ୍ତାନ ଶବ ଗଣୁଛି । କିନ୍ତୁ ଆମ ବିରୋଧୀମାନେ ପ୍ରମାଣ ଖୋଜୁଛନ୍ତି । ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରୁଥିବା ସରକାର ଦରକାର ନାଁ ଘରେ ମୁହଁ ପୋତି ବସୁଥିବା ସରକାର ଦରକାର ବୋଲି ପ୍ରଶ୍ନ କରିଛନ୍ତି ମୋଦି।

 ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଓଡି଼ଶାରେ ବିଜେପି ପାଇଁ ଶକ୍ତି ସାଉଁଟିବାକୁ ଚେଷ୍ଟା କରିଛନ୍ତି। ଏହାପରେ ପୁଣି ୨ ତାରିଖରେ କଳାହାଣ୍ଡି ସଭାରେ ସେ ଯୋଗ ଦେବେ।

   Related Posts