Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ମନ କି ବାତରେ ସଂସ୍କୃତ ଶ୍ଳୋକ ମାଧ୍ୟମରେ ଚୀନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସନ୍ଦେଶ, ‘ଭାରତ ଆଡକୁ ଆଖି ଉଠେଇ ଦେଖିବା ଲୋକଙ୍କୁ କଡା ଜବାବ ଦିଆଯିବ’

28/06/2020 at 3:33 PM

ନୂଆଦିଲ୍ଲୀ ୨୮/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କି ବାତ’ରେ ଚୀନକୁ ସନ୍ଦେଶ ଦେଇଛନ୍ତି | କିଛି ଦିନ ପୂର୍ବରୁ ଲଦାଖରେ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ହିଂସା ଘଟଣାରେ ଭାରତୀୟ ସେନାର ୨୦ ଯବାନ ସହିଦ ହେବା ଘଟଣାକୁ ନେଇ ଚୀନକୁ ସନ୍ଦେଶ ଦେଇଛନ୍ତି ମୋଦି | ମୋଦି କହିଛନ୍ତି, ଭାରତ ଆଡକୁ ଆଖି ଉଠେଇ ଦେଖିବା ଲୋକଙ୍କୁ କଡା ଜବାବ ଦିଆଯିବ | ଯଦି ଭାରତ ବନ୍ଧୁତା ରଖି ଜାଣିଛି ତାହେଲେ ଆଖିରେ ଆଖି ମିଶାଇ ଉଚିତ ଜବାବ ମଧ୍ୟ ଦେବା ଶିଖିଛି | ମୋଦି ଏକ ସଂସ୍କୃତ ଶ୍ଳୋକ ମଧ୍ୟ କହିଥିଲେ | ଶ୍ଳୋକ ମାଧ୍ୟମରେ ସେ ଚୀନକୁ ଟାର୍ଗେଟ କରିଥିଲେ |

विद्या विवादाय धनं मदाय, शक्ति: परेषां परिपीडनाय ।

खलस्य साधो: विपरीतम् एतत्, ज्ञानाय दानाय च रक्षणाय ।।

ଅର୍ଥାତ, ଯଦି ସ୍ୱଭାବରେ ଜଣେ ଦୁଷ୍ଟ ତାହେଲେ ବିଦ୍ୟାର ପ୍ରୟୋଗ ବ୍ୟକ୍ତି ବିବାଦରେ, ଧନର ପ୍ରୟୋଗ ଗର୍ବରେ ଏବଂ ଶକ୍ତିର ପ୍ରୟୋଗ ଅନ୍ୟମାନଙ୍କୁ କଷ୍ଟ ଦେବାରେ କରିଥାଏ | କିନ୍ତୁ ଭଦ୍ର ବ୍ୟକ୍ତିଙ୍କ ବିଦ୍ୟା ଜ୍ଞାନ ପାଇଁ, ଧନ ଆବଶ୍ୟକୀୟଙ୍କୁ ସାହାଯ୍ୟ ପାଇଁ ଓ ଶକ୍ତି ସୁରକ୍ଷା କରିବା ପାଇଁ ବ୍ୟବହୃତ ହୋଇଥାଏ |

ମୋଦି କହିଛନ୍ତି, ଭାରତ ସବୁବେଳେ ସଠିକ ଭାବନାରେ ନିଜ ଶକ୍ତି ବ୍ୟବହାର କରିଥାଏ | ଭାରତର ସଂକଳ୍ପ କରିଛି ଦେଶର ସ୍ୱାଭିମାନ ଓ ସଂପ୍ରଭୁତାର ରକ୍ଷା କରିବା | ଭାରତର ଲକ୍ଷ୍ୟ ହେଲା ଆତ୍ମନିର୍ଭର ଭାରତ ଗଠନ, ଭାରତର ପରମ୍ପରା, ଭରସା, ମିତ୍ରତା | ଭାରତର ଭାବ, ବନ୍ଧୁତା | ଦେଶ ଏହି ଆଦର୍ଶ ସହିତ ଆଗକୁ ବଢିବ ବୋଲି ସେ କହିଛନ୍ତି | ଦେଶରେ ଯେବେ ବି ବଡ ବଡ ସଙ୍କଟ ଦେଖା ଦେଇଛି ସବୁ ବାଧା ବିଘ୍ନକୁ ଦୂର କରାଯାଇଛି | ଦେଶକୁ ଆଗକୁ ବଢି ଚାଲିଛି | ଦେଶ ସବୁବେଳେ ସଙ୍କଟକୁ ସଫଳତାର ପାହାଚକୁ ପରିବର୍ତନ କରିଛି | ଏହି ଭାବନା ସହିତ ଆଜି ମଧ୍ୟ ଆମକୁ ସବୁ ସଙ୍କଟକୁ ଆଡେଇ ଦେଇ ଆଗକୁ ବଢିବାକୁ ହେବ ବୋଲି ସେ କହିଥିଲେ | ୧୩୦ କୋଟି ଜନତା ଆଗକୁ ବଢିଲେ ଏହି ବର୍ଷ ଦେଶ ପାଇଁ କୀର୍ତ୍ତିମାନ ପ୍ରମାଣିତ ହେବ | ଏହି ବର୍ଷ ହିଁ ଦେଶ ନୂଆ ଲକ୍ଷ୍ୟ ପ୍ରାପ୍ତ କରିବ, ଉଚ୍ଚକୁ ଉଡ଼ିବ | ଲଦାଖରେ ଶହୀଦ ହୋଇଥିବା ଯବାନଙ୍କୁ ମନପକାଇ ମୋଦି କହିଥିଲେ, ଲଦାଖରେ ଯେଇଁ ବୀରପୁତ୍ର ଶହୀଦ ହୋଇଛନ୍ତି ତାଙ୍କ ସାମର୍ଥ୍ୟ ଓ ବୀରତ୍ୱକୁ ସାରା ଦେଶ ପ୍ରଣାମ କରୁଛି ଓ ଶ୍ରଦ୍ଧାଞ୍ଜଳି ଦେଉଛି | ଶହୀଦଙ୍କ ପ୍ରତି ସାରା ଦେଶ କୃତଜ୍ଞ | ତାଙ୍କ ସମ୍ମୁଖରେ ସାରା ଦେଶ ନତମସ୍ତକ |

   Related Posts