ଫୋନରେ ଟ୍ରମ୍ଫଙ୍କ ସହ ଅଧଘଣ୍ଟା କାଳ କଥା ହେଲେ ମୋଦି, ନାମ ନନେଇ ପାକ୍ କୁ କଲେ ଟାର୍ଗେଟ୍

Published By : Prameya-News7 Bureau | August 19, 2019 IST

ନୂଆଦିଲ୍ଲୀ ୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମେରିକା ରାଷ୍ଟ୍ରପତିଙ୍କ ସହ ଟେଲିଫୋନ ଆଳାପ କରିଥିବା ଜଣାପଡିଛି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଟେଲିଫୋନ ଆଳାପ ପ୍ରାୟ ଅଧଘଣ୍ଟା ଧରି ଜାରି ଥିବା ବେଳେ ବିଭିନ୍ନ ଦ୍ୱିପାକ୍ଷିୟ ଓ ଆଞ୍ଚଳିକ ପ୍ରସଙ୍ଗରେ ସେମାନେ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ମୋଦି କେଉଁ ରାଷ୍ଟ୍ରଙ୍କ ନାମ ନ ନେଇ କିଛି ନେତାଙ୍କ ଉତ୍ତେଜକ ଭାଷଣବାଜୀ ଯୋଗୁ କ୍ଷେତ୍ରି ଶାନ୍ତି ବ୍ୟହତ ହେଉଥିବା କହିଛନ୍ତି

{"id":146286,"width":583,"height":326}

ଟ୍ରମ୍ଫଙ୍କ ସହ ଏହି ଆଲୋଚନାକାଳରେ ମୋଦି ଆତଙ୍କ ଓ ହିଂସମୁକ୍ତ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି। ଯେଉଁଥିରେ ସୀମାରେ ଆତଙ୍କବାଦୀଙ୍କର କୌଣସି ସ୍ଥାନ ବି ରହିବ ନାହିଁ ବୋଲି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଫଗାନ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ସମ୍ପର୍କରେ ଟ୍ରମ୍ଫଙ୍କୁ ସୂଚିତ କରିଛନ୍ତି। ଆଫଗାନିସ୍ତାନ ପ୍ରତି ଭାରତର ସର୍ବଦା ପ୍ରତିବଦ୍ଧତା ଥିଲା ଓ ରହିବ ବୋଲି ଟ୍ରମ୍ଫଙ୍କୁ କହିଛନ୍ତି ମୋଦି ।

wp:html /wp:html wp:html /wp:html

ସେହିପରି ଆଲୋଚନା କାଳରେ ଓସାକାରେ ଜି-୨୦ ଶିଖର ସମ୍ମିଳନୀରେ ଟ୍ରମ୍ଫଙ୍କ ସହ ତାଙ୍କର ହୋଇଥିବା ଆଲୋଚନାକୁ ମୋଦି ମନେ ପକାଇଥିଲେ। ଏଥିରେ ଖୁବ୍ ଶୀଘ୍ର ଭାରତର ବାଣିଜ୍ୟମନ୍ତ୍ରୀ ଓ ଆମେରିକାର ବ୍ୟାପାର ପ୍ରତିନିଧିଙ୍କ ମଧ୍ୟରେ ସାକ୍ଷା ଆଲୋଚନା ହେବ ବୋଲି ରାଷ୍ଟ୍ରପତିଙ୍କୁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଭାରତ ଓ ଆମେରିକା ମଧ୍ୟରେ ଥିବା ସମସ୍ତ ବ୍ୟବସାୟିକ ସମସ୍ୟାର ସେମାନେ ସମାଧନ କରିବେ ବୋଲି ମୋଦି କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହି ଟେଲିଫୋନ ବାର୍ତ୍ତାଳାପକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୋଲି କହିଛନ୍ତି ଭାରତୀୟ ଅଧିକାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.