କରୋନା ମୁକାବିଲା: ଭୁଟାନ ଓ ଜୋର୍ଡାନ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କଲେ ମୋଦୀ
16/04/2020 at 7:44 PM

ନୂଆଦିଲ୍ଲୀ, ୧୬|୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ମୁକାବିଲା ପାଇଁ ଭୁଟାନ ଓ ଜୋର୍ଡାନର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଏହି ଦୁଇଟି ସହଯୋଗୀ ଦେଶରେ କରୋନା ମୁକାବିଲା କିପରି ବାବଦରେ ମୋଦୀ ଚର୍ଚ୍ଚା କରିଛନ୍ତି ।
ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋଟେ ସେରିଂଙ୍କ ସହ କୋଭିଡ-୧୯ ସ୍ଥିତି ସମ୍ବନ୍ଧରେ ଆଲୋଚନା କରାଯାଇଛି । ତାଙ୍କ ସରକାର ଓ ଲିଓଚେନ୍ ଭୁଟାନରେ କରୋନା ମୁକାବିଲାକୁ ଦୃଢ ଭାବେ କରୁଛନ୍ତି । ଭାରତ ଏହି ଦେଶ ସହ ସଦାବେଳେ ରହିଛି ଏହି ସଙ୍କଟର ମୁକାବିଲା କରିବା ପାଇଁ ମିଳିତ ଭାବେ ସହଯୋଗ ପାଇଁ ପ୍ରସ୍ତୁତ ଅଛି ।
ଏହାସାହ ଜୋର୍ଡାନ ମୁଖ୍ୟ କିଙ୍ଗ୍ ଅବଦୁଲ୍ଲାଙ୍କ ସହ ମଧ୍ୟ ମୋଦୀ ଆଲୋଚନା କରିଛନ୍ତି । କରୋନା ଚ୍ୟାଲେଞ୍ଜକୁ ପ୍ରତିହତ କରିବା ପାଇଁ ଭାରତ ଓ ଜୋର୍ଡାନ ମିଳିତ ଭାବେ ମୁକାବିଲା କରିବେ ଓ ପରସ୍ପରକୁ ସମର୍ଥନ କରିବେ ବୋଲି ମୋଦୀ କହିଛନ୍ତି ।