ଟିକା ନେବାକୁ ମୋଦୀଙ୍କୁ ଚ୍ୟାଲେଞ୍ଜ୍ ଦେଇଥିଲେ ବିରୋଧୀ ନେତା, କୋଭାକ୍ସିନ୍ ନେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ,୦୧/୦୩:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଦେଶରେ ମାର୍ଚ୍ଚ ୧ରୁ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ସୋମବାର ସକାଳେ ହିଁ ଟିକା ଲଗାଇଥିଲେ । ତେବେ ଭାକସିନକୁ ନେଇ ଦେଶରେ ବୟାନ ବାଜି ଜାରି ରହିଥିଲା । ଏପରିକି ଅନେକ ବିରୋଧୀ ଦଳର ନେତା ମୋଦୀଙ୍କୁ ଭାକସିନ୍ ଲଗାଇବା ପାଇଁ ଚ୍ୟାଲେଞ୍ଜ୍ ଦେଇଥିଲେ ।

ସବୁଠାରୁ ଖାସ୍ କଥା ଏହେ ଯେ, ପ୍ରଧାନମନ୍ତ୍ରୀ ସୋମବାର ଯେଉଁ ଭାକସିନ୍ ଲଗାଇଛନ୍ତି ତାହା ଭାରତ ବାୟୋଟେକର କୋଭାକ୍ସିନ୍ ଅଟେ । ଦିଲ୍ଲୀର ଏମ୍ସରେ ମୋଦୀ କୋଭାକ୍ସିନର ଡୋଜ୍ ନେଇଛନ୍ତି । ଏହି ଭାକସିନକୁ ଭାରତ ବାୟୋଟେକ୍ ବିକଶିତ କରିଛି । ଏହି ଭାକସିନକୁ ମଞ୍ଜୁରୀ ପ୍ରଦାନକୁ ନେଇ ବିରୋଧୀ ଦଳ ଅନେକ ପ୍ରଶ୍ନ କରିଥିଲେ । ଏପରିକି ଭାକସିନ୍ କାମ କରିବା ନାହିଁ ବୋଲି ମଧ୍ୟ ଟାର୍ଗେଟ କରିଥିଲେ ।

କେବଳ ଏତିକି ନୁହେଁ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟର ମଧ୍ୟରେ ଭାକସିନକୁ ନେଇ ବିବାଦ ହୋଇଥିଲା । କିନ୍ତୁ ମୋଦୀ ଭାରତ ବାୟୋଟକର କୋଭାକ୍ସିନ୍ ନେଇଥିଲେ । ଏହାସହ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

କଂଗ୍ରେସ ତରଫରୁ ଅନେକ ଥର କୁହାଯାଇଥିଲା ଯେ, ଦେଶରେ ଭାକସିନ ପ୍ରତି ବିଶ୍ୱାସ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଥମେ ଟିକା ନିଅନ୍ତୁ । କଂଗ୍ରେସ ନେତା ଅଜିତ ଶର୍ମା ଟିକାକରଣ ଆରମ୍ଭରୁ ପ୍ରଥମେ ମୋଦୀ ଓ ବିଜେପି ନେତା ଟିକା ନିଅନ୍ତୁ ବୋଲି କହିଥିଲେ ।

ସେହିପରି କଂଗ୍ରେସ ନେତା ରଣଦୀପ ସୁରେଜଓ୍ୱାଲା କହିଥିଲେ ଯେ, ବିଶ୍ୱର ଅନେକ ରାଷ୍ଟ୍ରନେତା ଟିକା ନେଉଛନ୍ତି । ତେଣୁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଥମେ ଟିକା ନେବା ଆବଶ୍ୟକ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.