ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୋଦି, ଶ୍ରଦ୍ଧାଳୁମାନେ ଦେଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା

Published By : Prameya-News7 Bureau | February 24, 2019 IST

ଗୋରଖପୁର ୨୪/୨ : ବାବା ଗୋରଖନାଥଙ୍କ ନଗରୀ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କର୍ମଭୂମି ଗୋରଖପୁରରେ ଆଜି ଏକ ସମାବେଶରେ ଯୋଗ ଦେଇଥିଲେ ମୋଦି | ଚାଷୀଙ୍କୁ ଉପହାର ଦେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜ ଯାଇଥିଲେ | ପ୍ରୟାଗରାଜରେ ପବିତ୍ର ତ୍ରିବେଣୀ ସଙ୍ଗମରେ ୫ଥର
ପୁଣ୍ୟ ବୁଡ଼ ପକାଇଥିଲେ |

{"id":88321}


ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ଏବଂ ଦୀନେଶ ଶର୍ମା, ମନ୍ତ୍ରୀ ସୁରେଶ ଖାନ୍ନା ମଧ୍ୟ ମୋଦିଙ୍କ ସହିତ ଥିଲେ | ଏହି ଅବସରରେ ମୋଦି ଏକ ମାଟିଆ ରଙ୍ଗର ଶାଲ ଘୋଡେଇ ହୋଇଥିଲେ | ସଙ୍ଗମ ସ୍ଥଳରେ ବହୁତ ଭିଡ ଜମିଥିଲା | ମୋଦିଙ୍କ ବୁଡ଼ ପରେ ସଙ୍ଗମ ସ୍ଥଳରେ ଲୋକେ ପାକିସ୍ତାନ ମୁର୍ଦାବାଦ ନାରା ଲଗାଇଥିଲେ | ବୁଡ଼ ପକାଇବା ପରେ ମୋଦି ପିନ୍ଧିଥିବା ଡ୍ରେସ ବଦଳାଇ ପୂଜା ମଣ୍ଡପ ଯାଇ ପୂଜା ସମ୍ପନ୍ନ କରିଥିଲେ ଏବଂ ପୂଜାରୀଙ୍କୁ ଦକ୍ଷିଣା ଦେଇଥିଲେ | ପ୍ରୟାଗରାଜରେ ବିଶ୍ୱର ସବୁଠାରୁ ବଡ ଧାର୍ମିକ ଏବଂ ସାଂସ୍କୃତିକ ସମାଗମ ହୋଇଥାଏ |

https://twitter.com/i/status/1099623260797485056


ସୂଚନାଯୋଗ୍ୟ ଯେ, କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ମୋଦି ଡିସେମ୍ବର ୧୬ ତାରିଖରେ ଗଙ୍ଗାରେ ପୂଜା କରିଥିଲେ | ଏହାପରେ ଅକ୍ଷୟ ବଟ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ଘୋଷଣା କରିଥିଲେ | କୁମ୍ଭମେଳା ସମୟରେ ପବିତ୍ର ସଙ୍ଗମରେ ବୁଡ଼ ପକାଇବାରେ ମୋଦି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ | ଏହାପୂର୍ବରୁ ୧୯୫୪ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ମୌନି ଅମାବାସ୍ୟା ତିଥିରେ ସଙ୍ଗମରେ ବୁଡ଼ ପକାଇଥିଲେ |

{"id":88322}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.