ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ ଅବସରରେ ଅଭିଭାଷଣରେ ସ୍ୱଚ୍ଛତାରୁ କରୋନା ଯାଏଁ କ'ଣ କହିଲେ ମୋଦି ଜାଣନ୍ତୁ

Published By : Prameya-News7 Bureau | August 08, 2020 IST

ନୂଆଦିଲ୍ଲୀ ୦୮/୦୮ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସଚେତନତା ସୃଷ୍ଟି ହୋଇଛି ତାହା କରୋନା ମହାମାରୀ ସମୟରେ ସଂକ୍ରମଣରୁ ରକ୍ଷା କରିବା ପାଇଁ ଲଭଦାୟୀ ପ୍ରମାଣିତ ହୋଇଛି | କରୋନା ଭଳି ମହାମାରୀ ଯଦି ୨୦୧୪ ମସିହାରେ ଅସିଥାନ୍ତା ତାହେଲେ କିଭଳି ସ୍ଥିତି ହୋଇଥାନ୍ତ | ଶୌଚାଳୟର ଅଭାବ ସଂକ୍ରମଣକୁ ରୋକି ପାରିଥାନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି | ଲକଡାଉନ ଭଳି ବ୍ୟବସ୍ଥା ସମ୍ଭବ ହୋଇନଥାନ୍ତା | ଭାରତର ୬୦ ପ୍ରତିଶତ ଜନସଂଖ୍ୟା ଖୋଲା ଜାଗାରେ ଶୌଚ କରିବାକୁ ବାଧ୍ୟ ହେଉଥିଲେ | ସ୍ୱଚ୍ଛତା କରୋନା ଲଢେଇରେ ବହୁତ ସହର ଦେଇଛି ବୋଲି ମୋଦି କାହଁହିଛନ୍ତି | ସ୍ୱଚ୍ଛତା ପିଢୀ ପିଢୀ ଧରି ଲାଗି ରହିବ ବୋଲି ସେ କହିଛନ୍ତି | ଆଜି ଦେଶରେ ଭାରତ ଛାଡ ଆନ୍ଦୋଳନ ଠାରୁ ଭଲ ସ୍ଥିତି ଆଉ କଁ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି | ଗତ ୬ ବର୍ଷ ହେଲା ଦେଶରେ ଭାରତ ଛାଡ ଅଭିଯାନ ଚାଲୁଛି ବୋଲି ସେ କହିଛନ୍ତି |

{"id":311851,"sizeSlug":"large"}
wp:list
  • ମୋଦିଙ୍କ ଅଭିଭାଷଣର ମୁଖ୍ୟ ବିଷୟ କଣ ଥିଲା ଜାଣନ୍ତୁ :
/wp:list wp:list
  • ୨୦୧୪ ରୁ କରୋନା ହୋଇଥିଲେ କଣ ହୋଇଥାନ୍ତା
/wp:list wp:list
  • ସହର ହେଉ କିମ୍ବା ଗାଁ ଅଳିଆ ଆବର୍ଜନା ମ୍ୟାନେଜମେଣ୍ଟକୁ ସୁଧାରିବା
/wp:list wp:list
  • ଗତ ୬ ବର୍ଷ ହେଲା ଦେଶରେ ଭାରତ ଛାଡ ଅଭିଯାନ ଚାଲିଛି
/wp:list wp:list
  • ଦେଶକୁ ଦୁର୍ବଳ କରୁଥିବା ଜିନିଷ ଭାରତ ଛାଡ଼ନ୍ତୁ
/wp:list {"id":311853,"sizeSlug":"large"}
wp:list
  • ଗରିବୀ ଭାରତ ଛାଡ଼
/wp:list wp:list
  • ଖୋଲାରେ ଶୌଚ ମଜବୁରି ଭାରତ ଛାଡ଼ 
/wp:list wp:list
  • ପାଣି ପାଇଁ ଏଣେତେଣେ ବୁଲିବା ମଜବୁରି ଭାରତ ଛାଡୁ 
/wp:list wp:list
  • ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଭାରତ ଛାଡ
/wp:list wp:list
  • ଭେଦଭାବ ପ୍ରବୃତି ଭାରତ ଛାଡ
/wp:list wp:list
  • ଦୁର୍ନୀତି ଭାରତ ଛାଡ
/wp:list wp:list
  • ଆତଙ୍କ ଓ ହିଂସା ଭାରତ ଛାଡ
/wp:list {"id":311857,"width":570,"height":320,"sizeSlug":"large"}

ମୋଦି କହିଛନ୍ତି ଯେ ଭାରତ ଛାଡର ଏହି ସବୁ ସଂକଳ୍ପ ସ୍ୱରାଜରୁ ସୁରାଜ ଭାବନାର ଅନୁରୂପ | ଆମ ସମସ୍ତଙ୍କୁ ଅଳିଆ ଆବର୍ଜନା ଭାରତ ଛାଡ ଅଭିଯାନକୁ ଆପଣେଇବାର ଅଛି ବୋଲି ମୋଦି କହିଥିଲେ | ଅଗଷ୍ଟ ୧୫ ତାରିଖ ଯାଏଁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦେଶରେ ଏହି ଅଭିଯାନ ଚଳାଇବାକୁ ସେ କହିଛନ୍ତି | ସେ କହିଛନ୍ତି ଯେ ପବିତ୍ର ଗଙ୍ଗା ନଦୀ ନିର୍ମଳତାକୁ ନେଇ ଉତ୍ସାହଜଣକ ପରିଣାମ ସାମ୍ନାକୁ ଆସିଛି | ଦେଶର ଅନ୍ୟ ନଦୀଗୁଡିକୁ ମଧ୍ୟ ଆବର୍ଜନା ମୁକ୍ତ କରିବାକୁ ହେବ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.