Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସିବିଏସଇ ଛାତ୍ରଙ୍କର ଚାଲିଥିଲା ଅନଲାଇନ ସେସନ୍: ଅଚାନକ ସାମିଲ ହୋଇ ସରପ୍ରାଇଜ୍ ଦେଲେ ମୋଦି

3/06/2021 at 7:00 PM

ନୂଆଦିଲ୍ଲୀ ୦୩/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ସିବିଏସଇ ଛାତ୍ରଙ୍କ ଏକ ଅଧିବେଶନରେ ଅଚାନକ ସାମିଲ ହୋଇଥିଲେ । ମୋଦି ଛାତ୍ରଛାତ୍ରୀଙ୍କ ପିତା-ମାତାଙ୍କ ସହ ମଧ୍ୟ କଥା ହୋଇଥିଲେ । ମୋଦି ଛାତ୍ର ଓ ତାଙ୍କ ଅଭିଭାବକଙ୍କ ସହ ପରୀକ୍ଷା ପ୍ରସଙ୍ଗ ଓ ତା ସହ ଜଡିତ ଚିନ୍ତାକୁ ନେଇ ଆଲୋଚନା କରିଥିଲେ ।
କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଙ୍ଗଳବାର ଦିନ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ଏନେଇ ଘୋଷଣା ହୋଇଥିଲା । ଏହା ମଧ୍ୟ ସ୍ଥିର ହୋଇଥିଲା ଯେ ବିଦ୍ୟାର୍ଥୀଙ୍କ ପରିଣାମକୁ ନିର୍ଦ୍ଧିଷ୍ଟ ସମୟରେ ସ୍ପଷ୍ଟ ମାନଦଣ୍ଡ ଅନୁଯାୟୀ ଫଳାଫଳ ସଂକଳନ କରିବାକୁ ସିବିଏସସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଗତ ବର୍ଷ ଭଳି ଯଦି କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଇଛୁକ ତାହେଲେ ସ୍ଥିତି ସୁଧୁରିବା ପରେ ସେମାନଙ୍କୁ ଏହିଭଳି ବିକଳ୍ପ ପ୍ରଦାନ କରାଯିବ ।
ଇତି ମଧ୍ୟରେ ଶିକ୍ଷା ବିଶେଷଜ୍ଞ ଓ ହିତାଧିକାରୀ ମତ ଦେଇଛନ୍ତି ଯେ, ସିବିଏସଇ ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଉଚିତ ମୂଲ୍ୟାଙ୍କନ ମାନଦଣ୍ଡ ପ୍ରକ୍ରିୟା ସ୍ଥିର କରିବା ଏକ ବଡ ଚ୍ୟାଲେଞ୍ଜ । ଏନେଇ ନୀତି ଶୀଘ୍ର ଜଣାଇବାକୁ ସେ ଦାବି କରିଛନ୍ତି । ବୋର୍ଡ ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ ବିଶେଷଜ୍ଞ ପ୍ରଶଂସା କରିଛନ୍ତି । ବିଶେଷଜ୍ଞ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସସି ଦ୍ୱାରା ବୋର୍ଡ ପରୀକ୍ଷା ବାତିଲ କରିବା ନିଷ୍ପତ୍ତି ଠିକ୍ । ଛାତ୍ରନଙ୍କର ସୁରକ୍ଷାକୁ ଅଣଦେଖା କରି ପରୀକ୍ଷା ଆୟୋଜନ କରାଯାଇପାରିବ ନାହିଁ । ସେ କହିଛନ୍ତି, “ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ, କିନ୍ତୁ ଆମେ ଆଶା କରୁଛୁ ଯେ ହିତାଧିକାରୀମାନଙ୍କ ସହିତ ପରାମର୍ଶ କରି ଉପାୟ କାର୍ଯ୍ୟକାରୀ ହେବ।

   Related Posts