କେବଳ ରାଜନୀତିରେ ନୁହେଁ ଷ୍ଟାଇଲରେ ମଧ୍ୟ ନମ୍ବର ୱାନ ନରେନ୍ଦ୍ର ମୋଦି

Published By : Prameya-News7 Bureau | May 30, 2019 IST

ନୂଆଦିଲ୍ଲୀ ୩୦/୫ : ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଭାବନାରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଇଛି । ଏହି ସମାରୋହରେ ଭିଭିଆଇପିଙ୍କ ସମେତ ୬ ହଜାର ଅତିଥୀ ସାମିଲ ହେବେ । ଶପଥ ଗ୍ରହଣ ସମାରୋହରେ ମୋଦିଙ୍କ ଲୁକ କେମିତି ହେବ ସେନେଇ ମଧ୍ୟ ଚର୍ଚ୍ଚା ହେଉଛି । ଗତଥର ଶପଥ ଗ୍ରହଣ ସମାରୋହରେ ମୋଦିଙ୍କ ଲୁକ ଲାଇମଲାଇଟରେ ରହିଥିଲା । ତାଙ୍କୁ କିଛି ଲୋକେ ଷ୍ଟାଇଲ୍ ଆଇକନ୍ ମଧ୍ୟ କହିଥାନ୍ତି । ଆଜି ମୋଦି କେଉଁ ଲୁକରେ ଆସିବେ ତାକୁ ନେଇ ଚାଲିଛି ଚର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.