ସ୍ୱାମୀ ବିବେକା ନନ୍ଦ ଜୟନ୍ତୀ ଅବସରରେ ବେଲୁର ମଠରେ ଏହି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | January 12, 2020 IST

କୋଲକତା - ସ୍ୱାମୀ ବିବେକା ନନ୍ଦ ଦେଶର ଯୁବ ପ୍ରତିଭାମାନଙ୍କ ପାଇଁ ଜଣେ ମହାନ ବ୍ୟକ୍ତି । ତାଙ୍କରି ନୀତି ଆଦର୍ଶକୁ ପାଥେୟ କରିବାର ଅତ୍ୟନ୍ତ ଆବଶ୍ୟକାତ ରହିଛି । ଏବେ ଯୁବ ଗୋଷ୍ଠୀ ଓ୍ୱେଷ୍ଟର୍ନାଇଜ୍‌ ହୋଇ ନିଜର ସଂସ୍କୃତି ଓ ପରମ୍ପରାରୁ ବିଚ୍ୟୁତ ହେଉଥିବେ ବେଳେ ବିବେକାନନ୍ଦ ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର କରିଥିଲେ ।

{"id":210136,"sizeSlug":"large"}
The Prime Minister, Shri Narendra Modi at the Belur Math, in Kolkata on January 12, 2020.

ସ୍ୱାମୀ ବିବେକା ନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବେଲୁର ମଠରେ ଅବସ୍ଥାନ କରିବା ସହ ସେଠାରେ ଦେଶର ଯୁବା ବର୍ଗଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଶନିବାର ରାତ୍ରିରେ ପ୍ରଧାନମନ୍ତ୍ରୀ ମୋଦୀ ବେଲୁର ମଠରେ ଅବସ୍ଥାନ କରିଥିଲେ । ଏବେ ସାରା ବିଶ୍ୱର ସବୁଠାରୁ ଅଧିକ ଯୁବକ ଭାରତରେ ଅଛନ୍ତି । ଭାରତୀୟ ଯୁବକ ଯେଉଁ ଭଲ କାମରେ ସାମିଲ ହୁଅନ୍ତି ତାକୁ ସଫଳ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କହିଛନ୍ତି ।


ନାଗରିକ ସଂଶୋଧନ ଆଇନ ବା ସିଏଏ ବିଷୟରେ ମଧ୍ୟ ମୋଦୀ କହିଛନ୍ତି । ଯୁବକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଏହାକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି। ସମସ୍ୟାର ସାମ୍ନା କର ତାହାର ସମାଧାନ କର ।
ବେଲୁରମଠରେ ସେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ । ନାଗରିକ ସଂଶୋଧନ ଆଇନ ବିଷୟରେ ଥିବା ଭ୍ରମକୁ ପ୍ରଥମେ ଦୂରକରିବା ଆବଶ୍ୟକ ।

{"id":210137,"sizeSlug":"large"}
The Prime Minister, Shri Narendra Modi at the Belur Math, in Kolkata on January 12, 2020.

ସିଏଏ ଆଇନକୁ ରାତା ରାତି କରାଯାଇ ନାହିଁ । ଏକ ସଂଶୋଧନ ମାତ୍ର କରାଯାଇଛି। ଯୁବା ଉତ୍ସାହ ଓ ଉଦ୍ଦୀପନାର ଉତ୍ସ । ଭାରତକୁ ପରିବର୍ତ୍ତନ କରିବାର ଆଶା ଓ ବିଶ୍ୱାସ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ବିବେକାନନ୍ଦଙ୍କ କଥା ଆମେ ସଦା ସର୍ବଦା ମନେ ରଖିବା ଉଚିତ୍‌ । ତାଙ୍କ ଠାରୁ ଅନେକ କିଛି ଶିକ୍ଷା କରିବାର ଅଛି । ଯୁବକମାନେ ବିବେକା ନନ୍ଦଙ୍କ କହିଥିବା ମାର୍ଗରେ ପରିଚାଳିତ ହେଲେ ଅନେକ କିଛି ସଫଳତା ହାସଲ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.