ନୂଆଦିଲ୍ଲୀ ୩୦।୦୬: ଲକ୍ଡାଉନ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଷଷ୍ଠ ଥର ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନାଠୁ ଅଧିକ ସତର୍କ ରହିବାକୁ ଅପିଲ୍ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ନିୟମକୁ ଫୁ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଇସାରା ଇସାରାରେ ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏଥିପାଇଁ ବୁଲଗାରିଆର ପ୍ରଧାନମନ୍ତ୍ରୀ ବୋୟକୋ ବୋରିସେଭଙ୍କ ଉଦାହରଣ ଦେଇଛନ୍ତି। ବୋୟକୋ ମାସ୍କ ପିନ୍ଧିନଥିବା କାରଣରୁ ୧୩ ହଜାର କୋଟି ଟଙ୍କାର ଜୋରିମାନା ଦେଇଥିଲେ।
ରୋକିବାକୁ ପଡିବ, ରୋକିବାକୁ ପଡିବ
ପ୍ରଧାନମନ୍ତ୍ରୀ କହିଛନ୍ତି, ପୂରା ଲକ୍ଡାଉନ୍ ସମୟରେ ଆମେ ଗୁରୁତର ସହିତ ନିୟମର ପାଳନ କଲେ। ଏବେ ଅନଲକ୍-୨ ସମୟରେ ସରକାର, ସ୍ଥାନୀୟ ପ୍ରଶାସନ ଓ ଦେଶର ନାଗରିକଙ୍କୁ ସେହି ଭଳି ସତର୍କତା ଦେଖାଇବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଯେଉଁ ଲୋକ ନିୟମର ପାଳନ କରୁନାହାନ୍ତି, ସେମାନଙ୍କୁ ରୋକିବାକୁ ପଡିବ,ତାଗିଦ୍ କରିବାକୁ ପଡିବ ଏବଂ ବୁଝାଇବାକୁ ମଧ୍ୟ ପଡିବ।
ନିୟମ ଉପରେ କେହି ନାହାନ୍ତି
ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ କହିଛନ୍ତି, ଗୋଟିଏ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଉପରେ ୧୩ ହଜାର ଜରିମାନା ଏଥିପାଇଁ ଲାଗିଲା, କାରଣ ସେ ନିୟମ ଭାଙ୍ଗିଥିଲେ ଏବଂ ସାର୍ବଜନୀନସ ସ୍ଥଳକୁ ବିନା ମାସ୍କରେ ଯାଇଥିଲେ। ତେଣୁ ଭାରତରେ ମଧ୍ୟ ପ୍ରଶାସନକୁ ସକ୍ରିୟତାର ସହ କାମ କରିବାକୁ ପଡିବ। ଏହା ୧୩୦ କୋଟି ଦେଶବାସୀଙ୍କ ଜୀବନର ରକ୍ଷାର ଅଭିଯାନ। ଭାରତରେ ଗାଁ ପ୍ରଧାନ ହୁଅନ୍ତୁ କି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ, କେହି ମଧ୍ୟ ଆଇନ୍ର ଉପରେ ନାହାନ୍ତି।