Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

G-7 ଶିଖର ସମ୍ମିଳନୀରେ ଭର୍ଚୁଆଲରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ‘ୱାନ୍ ଆର୍ଥ ୱାନ୍ ହେଲଥ୍’ର ବାଣ୍ଟିଲେ ମନ୍ତ୍ର

13/06/2021 at 7:13 AM

ନୂଆଦିଲ୍ଲୀ ୧୩/୬ : ବ୍ରିଟେନର ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଜି -7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପିଏମ ମୋଦୀ ‘ୱାନ ଆର୍ଥ ୱାନ ହେଲଥ’ର ମନ୍ତ୍ର ଦେଇଥିଲେ । ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ଏହି ସମୟରେ ପିଏମ ମୋଦୀଙ୍କୁ ପ୍ରଶଂସା କରିଥିଲେ । ତାଙ୍କ ଚିନ୍ତାଧାରାକୁ ସେ ସମର୍ଥନ କରିଥିଲେ ।

ସୂଚନା ଥାଉକି, ବୈଠକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋ ଭାରତ ସମେତ ଅନ୍ୟ ଦେଶକୁ ଟିକା କଞ୍ଚାମାଲ ଯୋଗାଣରେ ଛାଡ ମାଗିଥିଲେ । କଞ୍ଚାମାଲ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ସେ କହିଛନ୍ତି । ଏହାସହ ଟିକା ପ୍ରସ୍ତୁତ କରୁଥିବା ଦେଶ ଏଥିପାଇଁ କଞ୍ଚାମାଲ ପାଇବା ଉଚିତ । ଏହି ବୈଠକରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଟିକା ଉପରେ ଭାରତକୁ ଏକ ରିହାତି ପ୍ରଦାନ କରିବାକୁ କହିଛନ୍ତି ।

ଏଥିସହିତ ଟିକା ପ୍ରସଙ୍ଗରେ ସେ ଭାରତକୁ ସାହାଯ୍ୟ କରିବେ ବୋଲି ସେ ଆଶ୍ୱାସନା ମଧ୍ୟ ଦେଇଛନ୍ତି । ଜି-୭ ସମ୍ମିଳନୀରେ ଏଥର ଭାରତ ବ୍ୟତୀତ ରିପବ୍ଲିକ୍ ଅଫ୍ କୋରିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଅତିଥି ଦେଶ ଭାବରେ ଆମନ୍ତ୍ରିତ ହୋଇଛି । ଜି -7 ଦେଶଗୁଡ଼ିକରେ ଆମେରିକା, ଫ୍ରାନ୍ସ, କାନାଡା, ବ୍ରିଟେନ, ଜର୍ମାନୀ, ଜାପାନ ଏବଂ ଇଟାଲୀ ଅନ୍ତର୍ଭୁକ୍ତ । ଏହି ସମସ୍ତ ସଦସ୍ୟ ଦେଶ ପ୍ରତିବର୍ଷ ବାର୍ଷିକ ସମ୍ମିଳନୀ ଆୟୋଜନ କରନ୍ତି ।

   Related Posts