ସର୍ଜିକାଲ ଷ୍ଟ୍ରାଇକ-୨ ପରେ ମୋଦିଙ୍କ ପ୍ରଥମ ଅଭିଭାଷଣ, କହିଲେ ଏମିତି କିଛି ଯାହା ପାକିସ୍ତାନର ବଢାଇଦେଇଛି ଚିନ୍ତା...

Published By : Prameya-News7 Bureau | February 26, 2019 IST

ଚୁରୁ ୨୬/୨- ସର୍ଜିକାଲ ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ ଖହିବେ ତା ଉପରେ ରହିଥିଲା ସମଗ୍ର ଦେଶ ଓ ବିଶ୍ବର ନଜର । ତେବେ ରାଜସ୍ଥାନର ଚୁରୁଠାରେ ମୋଦି ରଖିଥିଲେ ତାଙ୍କ ଅଭିଭାଷଣ ।ସିଧାସଳଖ ସର୍ଜିକାଲ ଷ୍ଟ୍ରାଇକ ବାବଦରେ କିଛି କହିନଥିଲେ ମଧ୍ୟ ମୋଦିଙ୍କ ଠାଣି ଏବଂ କହିବା ଶୈଳୀ କହୁଥିଲା ପ୍ରତିଶୋଧ ନେଇ ସେ ବି ଦେଶବାସୀଙ୍କ ସହ ଉତଫୁଲ୍ଲିତ ।

ମୋଦି ଆଜି ଅଭିଭାଷଣ ଆରମ୍ଭରେ ଭାରତ ମାତା କି ଜୟ ବୋଲି କହିଥିଲେ । ଦେଶ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମୋଦି କହିଥିଲେ ।  ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ।ଦେଶର ମାଟିର ରାଣ ଖାଇ ମୋଦି ପ୍ରତିଶୃତି ଦେଇଥିଲେ ଯେ, ଦେଶର ସୁରକ୍ଷା ପାଇଁ ସେ ପ୍ରତିବଦ୍ଧ । ମୋଦି ବାରଂବାର ଏହି ଧାଡିକୁ ଭାବପ୍ରବଣ ହୋଇ କହିବା ଦେଖିବାକୁ ମିଳିଥିଲା ।  ବାୟୁସେନାର ଆକ୍ରମଣପରେ ଆଜି ରାଜସ୍ଥାନରେ ନିର୍ବାଚନୀ ଭାଷଣ ଦେବା ଅବସରରେ ମୋଦି ରଖିଛନ୍ତି ପ୍ରତିକ୍ରିୟା ।

ପୁଲଓ୍ବାମା ଘଟଣାପରେ ଭାରତ ଆକ୍ସନ ମୋଡ଼କୁ ଆସିପାରେ ବୋଲି ସାରା ବିଶ୍ଵର ଆକଳନ କରୁଥିଲା । ଏହି ଘଟଣାକୁ ନେଇ ଜାତିସଂଘର ଆର୍ନ୍ତଜାତିକ ସୁରକ୍ଷା ପରିଷଦରେ ମଧ୍ୟ ବସିଥିଲା ବୈଠକ । ପାକିସ୍ତାନ ଓ ଏହାର ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହିତ କଡ଼ା ଚେତାବନୀ ମଧ୍ୟ ଦିଆଯାଇଥିଲା । ପାକିସ୍ତାନ ଆତଙ୍କବାଦ ସହିତ ସଂପୃକ୍ତ ଥିବା  ପ୍ରମାଣ ଖୋଜିବା ସହ ଧମକ ମଧ୍ୟ ଦେଇଥିଲା ।

ପୁଲୱାମା ଘଟଣାର ପ୍ରତିଶୋଧ ଭାବେ ମଂଗଳବାର ଭୋର ୩.୩୦ରେ ଭାରତ  କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ୩୦୦ରୁ ଅଧିକ ଆତଙ୍କୀକୁ ମାରିବା ସହ ଆତଙ୍କୀ ଶିବିର ଧ୍ବଂସ କରିଥିଲେ ଭାରତୀୟ ବାୟୁସେନା ।

ଏହି ଘଟଣାରେ ସାରା ଭାରତବର୍ଷ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ରାଜସ୍ଥାନ ଚୁରୁରେ ମୋଦି ରଖିଛନ୍ତି ପ୍ରଥମ ଭାଷଣ । ଦେଶପାଇଁ ଶହୀଦ ହୋଇଥିବା ଭାରତୀୟ ସେନାଙ୍କୁ ତାଙ୍କ ବଳିଦାନର ଜବାବ ଏହି ସର୍ଜିକାଲ ଷ୍ଟ୍ରାଇକ ବୋଲି ମୋଦି କହିଛନ୍ତି ।

ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ପାଇଁ ଭାରତ କଡ଼ା ଜବାବ ଦେଇଛି, ଭାରତମାତାଙ୍କୁ ଏହା ଉତ୍ସର୍ଗୀକୃତ ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି ।

 

ଭାରତ ଶାନ୍ତି ଚାହେଁ ହେଲେ ଭାରତକୁ କେହି ଚ୍ୟାଲେଂଜ କଲେ ତାହାର ଜବାବ ବି ଦେଇପାରେ , ଦେଶ ବର୍ତ୍ତମାନ ସୁରକ୍ଷିତ ଅବସ୍ଥାରେ ଅଛି । ଏହି କଡ଼ା ଜବାବ ଦେବା ପଛରେ ଦେଶର ସମସ୍ତ ଜନସାଧାରଣଙ୍କ ସମର୍ଥନ ରହିଛି ବୋଲି ତାଙ୍କ ଭାଷଣରେ କହିଛନ୍ତି ।

ମୋଦିଙ୍କ ଆବେଗପୂର୍ଣ୍ଣ ପାକିସ୍ତାନକୁ ଚିନ୍ତାରେ ପକାଇଛି । ମୋଦି କହିଛନ୍ତି ଯେ, ଦେଶର ସୁରକ୍ଷା ଓ ଅସ୍ମିତା ସହ ଯେ କେହି ଟକ୍କର ଦେବ ତାକୁ ଧ୍ବଂସ କରିଦିଆଯିବ । ଏହା ହିଁ ପାକିସ୍ତାନକୁ ଚିନ୍ତାରେ ପକାଇଛି । ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବା ଆଶଂକା କରିଛି ।

ମୋଦିଙ୍କ ଭଷଣରୁ ଦେଶ ଆଜି ବହୁତ କିଛି ଶୁଣିବାକୁ ଚାହୁଁଥିଲା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ । କିନ୍ତୁ ସମ୍ଭବତଃ ସୁରକ୍ଷା କାରଣରୁ ଏବଂ ରଣ କୌଶଳ ଦୃଷ୍ଟିରୁ ମୋଦି ବିଶେଷ କିଛି କହିନଥିଲେ । କେବଳ ଦେଶବାସୀ ଆଜି ଉତ୍ସବ ପାଳୁଥିବାରୁ ସେ ମଧ୍ୟ ଅତ୍ୟନ୍ତ ଖୁସୀ ବୋଲି ପରୋକ୍ଷରେ ସର୍ଜିକାଲ ଷ୍ଟ୍ରାଇକର ସଫଳତା ଆଡକୁ ଇଂଗିତ କରିଥିଲେ ।

ମୋଦି ଭାଷଣ ଆରମ୍ଭରେ ପରୋକ୍ଷରେ ଏସବୁ କଥା କହିବା ପରେ ସେ ଚିରାଚରିତ ଭାବେ ତାଙ୍କ ଭାଷଣରେ ଅନ୍ୟ ପ୍ରସଂଗ ରଖିଥିଲେ । ସେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଟାର୍ଗେଟ କରିଥିଲେ ।

ରାଜସ୍ଥାନର ଜଣେ ବି ଚାଷୀ ଟଂକାଟିଏ ସାହାର୍ଯ୍ୟ ପାଇନାହାଁନ୍ତି , ଏହା ବଡ଼ ଦୁର୍ଭାଗ୍ୟ ।କାରଣ ରାଜ୍ୟ ସରକାର ଆଜିଯାଏଁ କେନ୍ଦ୍ର ସରକାରଙ୍କୁ ସହଯୋଗ କରୁନାହିଁ କିମ୍ବା ଚାଷୀଙ୍କର ତାଲିକା କେନ୍ଦ୍ରକୁ ପଠାଉ ନଥିବାରୁ ଚାଷୀ ସାହାର୍ଯ୍ୟ ପାଇପାରୁନାହାଁନ୍ତି ବୋଲି କହିଛନ୍ତି ମୋଦି ।

ଆହୁରି ମଧ୍ୟ ମୋଦି କହିଛନ୍ତି ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଦରଦ ରହିଛି । ସବୁ ଅସମ୍ଭବ କାମକୁ ସମ୍ଭବ କରିପାରେ ତାଙ୍କ ସରକାର । ଭାରତ ଶକ୍ତିଶାଳୀ ସରକାରଟିଏ ଆବଶ୍ୟକ କରେ , ଯଦି ଜନସମର୍ଥନ ତାଙ୍କ ସରକାର ପଛରେ ରହେ ଭାରତକୁ କେହି ସାମନା କରିବାକୁ ସାହସ କରିବେନି ବୋଲି କହିଛନ୍ତି ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.