ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ ଭାରତର ସ୍ବଚ୍ଛତା ଅଭିଯାନର ସଫଳତା ବଖାଣିଛନ୍ତି

Published By : Prameya-News7 Bureau | August 15, 2018 IST

ଦିଲ୍ଲୀ ୧୫/୮ : ବର୍ତ୍ତମାନର ଭାରତ ଏବେଦୃଢ ଆତ୍ମବିଶ୍ୱାସୀ । ଦେଶ ଏବେ ସଂସ୍କାର, ସମ୍ପାଦନ ଏବଂ ରୂପାନ୍ତର ଲାଗି ହାସିଲ କରିଛି ବିଶେଷ ପରିଚିତି । ତେବେ ଆମକୁ ଅଧିକ ବିକାଶ ହାସଲ କରିବାକୁ ହେବ । ଆମ ପାଇଁ ଅଟକିବାର କିମ୍ବା ଥକି ପଡିବାର ଅବସର ହି ନାହିଁ । ୭୨ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଐତିହାସୀକ ଲାଲ୍‌କିଲ୍ଲାରୁ ଲଗାତର ପଞ୍ଚମ ଥର ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କେବଳ ତାଙ୍କ ସରକାରର ସଫଳତା ବଖାଣି ନାହାନ୍ତି, ସାରା ବିଶ୍ବରେ ଭାରତର ସ୍ଥିତି, ସମ୍ମାନ ଓ ଗୁରୁକତ୍ବ ବୃଦ୍ଧିର ସୂଚନା ଦେଇଛନ୍ତି । ଶିଶୁ, ମହିଳା ଓ ମୁସଲିମ ମହିଳାଙ୍କ ଅଧିକାରର ସୁରକ୍ଷା କଥା କହିଛନ୍ତି ।ସ୍ବାଧିନତା ସଂଗ୍ରାମୀଙ୍କ ବଳିଦାନ କଥା ଉଲ୍ଲେଖ କରି ଜାଲିୱାନାବାଗ୍ ସହିଦଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ଉତ୍ତରପୂର୍ବ ରାଜ୍ୟ ଦିଲ୍ଲୀର ନିକଟତର ହୋଇଥିବା କହିଛନ୍ତି ।କାଶ୍ମୀର ସମସ୍ୟା ସମାଧାନ ସମ୍ମାନର ସହ ହେବ ବୋଲି କହିଛନ୍ତି । ବୈଜ୍ଞାନୀକଙ୍କୁ ପ୍ରଶଂସା କରିଛନ୍ତି ।କହିଛନ୍ତ ଭାରତ ଏବେ ସଂସ୍କାର, ସମ୍ପାଦନଓ ରୂପାନ୍ତରପାଇଁ ସ୍ୱତନ୍ତ୍ର ପରିଚିତି ହାସଲ କରିଛି । ୨୦୨୨ ରେ ମହାକାଶରେ ଭାରତୀୟ ମହାକାଶଚାରୀ ତ୍ରିରଙ୍ଗା ଉଡାଇବେ । ଗଗନଯାନ ଅଭିଯାନରେ ମହାକାଶଯାତ୍ରୀ ପ୍ରେରଣରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର । ଭାରତର ସ୍ବଚ୍ଛତା ଅଭିଯାନ ର ସଫଳତା କହିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ସ୍ବଚ୍ଛ ଅଭିଯାନ ଯେଗୁଁ ଭାରତର ୨ ଲକ୍ଷ ଶିଶୁଙ୍କ ଜୀବନ ରକ୍ଷା ହୋଇଛି । ଦେଶ ଆର୍ଥୀକ ସମୃଦ୍ଧି ହାସଲ କରିଛି । ଅର୍ଥୀକ ସୁଦୃଢତା ସହ ଭାରତ ବିଶ୍ବର ୫ମ ବୃହତ୍ତ ଅର୍ଥନୀତି ହୋଇଛି । ମୁସଲିମ ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତିନି ତଲାକରୁ ମୁସଲିମ ମହିଳାଙ୍କୁ ମୁକ୍ତି ସହ ଦୁଷ୍କର୍ମ ରାକ୍ଷସ କବଳରୁ ଦେକୁ ମୁକ୍ତିର ପ୍ରତିଶ୍ରୁତି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.