ବୋରିସ୍‌ ଜନସନ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ମୋଦୀ, ଏହି ସବୁ ପ୍ରସଙ୍ଗ ଉପରେ ହେଲା ଆଲୋଚନା

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପିଏମ ବୋରିସ୍‌ ଜନସନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ଦୁଇ ନେତା ଭାରତ-ୟୁକେ ଆଜେଣ୍ଡା ୨୦୩୦, ଗ୍ଲାସଗୋରେ ସିଓପି-୨୬ ସଂକ୍ରାନ୍ତରେ କ୍ଲାଇମେଟ୍‌ ଆକ୍ସନ ଏବଂ ଆଫଗାନିସ୍ତାନ ସହ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି ।

wp:embed {"url":"https://twitter.com/narendramodi/status/1447495350147637257","type":"rich","providerNameSlug":"twitter","responsive":true}
https://twitter.com/narendramodi/status/1447495350147637257
/wp:embed

ଏନେଇ ବ୍ରଟେନ ସରକାରଙ୍କ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ସୋମବାର ସକାଳେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଦୁଇ ନେତା ଭାରତ-ବ୍ରିଟେନ ମଧ୍ୟରେ ସମ୍ପର୍କ ମଜଭୁତ ଉପରେ ଚର୍ଚ୍ଚା କରିଥିବା ବେଳେ ୨୦୩୦ ରୋଡ୍‌ ମ୍ୟାପ୍‌ର ପ୍ରଗତି ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି।

ଜାରି ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ଜନସନ ଆଗାମୀ ସିଓପି-୨୬ ଶିଖର ସମ୍ମଳନୀ ପୂର୍ବରୁ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଗତିର ମହତ୍ବକୁ ଜୋର ଦେଇଛନ୍ତି। ଏହା ବ୍ୟତୀତ ଦୁଇ ଦେଶର ପ୍ରଧାନମନ୍ତ୍ରୀ କରୋନା ଭାଇରାସ୍‌ ବିରୋଧୀ ଲଢ଼େଇ ଏବଂ ଅନ୍ତର୍ଜାତୀୟ ଯାତ୍ରା ସୁବିଧାଜନକ କରିବାର ଆବଶ୍ୟକତା ଉପରେ ଚର୍ଚ୍ଚା କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.