Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଏହି ପରଟାରେ ଲୁଚି ରହିଛି ମୋଦିଙ୍କ ଫିଟନେସ୍ ରହସ୍ୟ, ଜାଣନ୍ତୁ କ’ଣ ଏହି ରେସିପି

24/09/2020 at 4:07 PM

ନୂଆଦିଲ୍ଲୀ ୨୪/୦୯: ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବର୍ଷ ପୂର୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଫିଟନେସ ବାବଦରେ ବହୁ ସେଲିବ୍ରିଟିଙ୍କ ସହ ଆଲୋଚନା କରିଛନ୍ତି। ଏହି ଅନଲାଇନ୍ କନଫରେନ୍ସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ, ନ୍ୟୁଟ୍ରିସନିଷ୍ଟ୍ ବିଶେଷଜ୍ଞ ରୁଜୁତା ଦେବେକର ସାମିଲ ହୋଇଛନ୍ତି। ଏହି ଅବସରରେ ପିଏମ ମୋଦି ନିଜର ଫିଟନେସ୍ ରହସ୍ୟ ସମ୍ପର୍କରେ କହିବା ସହ ତାଙ୍କର ସିକ୍ରେଟ ରେସିପି ସମ୍ପର୍କରେ ମଧ୍ୟ ଜଣାଇଛନ୍ତି।

ନ୍ୟୁଟ୍ରିସନିଷ୍ଟ୍ ରୁଜୁତାଙ୍କ ସହ ମୋଦି ଫିଟ୍ ଇଣ୍ଡିଆ ଅଭିଯାନ ବାବଦରେ ଆଲୋଚନା କଲେ। ରୁଜୁତା କହିଛନ୍ତି ଯେଉଁ ଖାଦ୍ୟ ଆମେ ଖାଉଛେ ସେସବୁ ମଧ୍ୟ ଖାଇ ଆମେ ଫିଟ୍ ରହିପାରିବା। ଏହି କ୍ରମରେ ମୋଦି ତାଙ୍କ ସିକ୍ରେଟ ରେସିପି କଥା ଜଣାଇଲେ ।

 ଫିଟ୍ ରହିବା ପାଇଁ ପିଏମ ସଜନାପତ୍ର ପରଟା ଖାଆନ୍ତି। ସପ୍ତାହରେ ଥରେ ନଚେତ ଦୁଇଥର ଏହି ପରଟାକୁ ଯାହା ହେଲେ ବି ଖାଆନ୍ତି। ସସମ୍ତଙ୍କୁ ମଧ୍ୟ ଏହାକୁ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହ ମହାମାରୀ କାଳରେ ପିଏମ ତାଙ୍କ ମା’ଙ୍କ ସହ ସପ୍ତାହରେ ଦୁଇ-ତିନିଥର କଥା ହେବାକୁ ଚେଷ୍ଟା କରନ୍ତି। ତାଙ୍କ ମାଆ ମଧ୍ୟ ତାଙ୍କୁ ହେଲଦି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି ବୋଲି କହିଛନ୍ତି ମୋଦି।

   Related Posts