Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||

ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ମନୋରମ ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: ଲେଖିଲେ, ‘ଥରେ ଦେଖନ୍ତୁ…’

26/08/2020 at 3:53 PM

ନୂଆଦିଲ୍ଲୀ ୨୬/୦୮ : ଗତ କିଛି ଦିନ ହେଲା ଲଗାତାର ବର୍ଷା ଯୋଗୁଁ ଗୁଜରାଟର ସ୍ଥିତି ବେହାଲ ହୋଇଯାଇଛି | ରାଜ୍ୟବାସୀଙ୍କୁ ବନ୍ୟା ଭୟ ଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ସୁନ୍ଦର ଭିଡିଓ ସେୟାର କରି ଲୋକଙ୍କ ମନ ଜିତିଛନ୍ତି | ମୋଦି ମୋଢେରାର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ଏକ ଭିଡିଓ ସେୟାର କରିଛନ୍ତି |

ମନ୍ଦିରର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ | ମୋଦି ସୋମବାର ଦିନ ଟ୍ୱିଟରରେ ଭିଡିଓ ସେୟାର କରି ଲେଖିଛନ୍ତି, ମୋଢେରାର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ବର୍ଷାରେ ଆହୁରି ସୁନ୍ଦର ଦେଖାଯାଉଛି | ଥରେ ଆଖି ପୁରେଇ ଦେଖି ଦିଅନ୍ତୁ | ଭିଡିଓରେ ମନ୍ଦିରର ସୌନ୍ଦର୍ଯ୍ୟ ଆପଣଙ୍କ ମନମୁଗ୍ଧ କରିଦେବ |

ଏହି ମନ୍ଦିର ଅହମଦାବାଦରୁ ପାଖାପାଖି ୧୦୦ କିମି ଦୂରରେ ପୁଷ୍ପାବତୀ ନଦୀକୂଳରେ ରହିଛି | ମନ୍ଦିର ଏହିଭଳି ନିର୍ମାଣ କରାଯାଇଛି ଯେ ସୂର୍ଯ୍ୟୋଦୟ ହେଲେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସିଧାସଳଖ ମନ୍ଦିରର ଗର୍ଭଗୃହରେ ପଡିଥାଏ |

ମନ୍ଦିରରେ ବିଶେଷତ୍ୱ ହେଲା ମନ୍ଦିର ନିର୍ମାଣରେ ପଥର ଯୋଡିବା ପାଇଁ ଚୁନା ବ୍ୟବହାର କରାଯାଇନାହିଁ | ପ୍ରତି ମାସରେ ସଂକ୍ରାନ୍ତିରେ, ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନରେ ଏଠାରେ ସୂର୍ଯ୍ୟଙ୍କ ଦର୍ଶନ କରାଯାଇଥାଏ |

   Related Posts