ସାବଧାନ ପାକିସ୍ତାନ : ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫|୨:  ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନକୁ ସାବଧାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ସୁରକ୍ଷାବାହିନୀକୁ ସ୍ବତନ୍ତ୍ର ସ୍ବାଧୀନତା ଦିଆଯାଇଛି । ଲୋକଙ୍କ ମଧ୍ୟରେ କ୍ରୋଧ, ଆକ୍ରୋଶ ରହିଛି । ବିଶ୍ବରେ ପାକିସ୍ତାନ ଅଲଗା ପଡିଯାଇଛି । ପୁଲଓ୍ବାମା ହମଲାର ମୁହଁତୋଡ ଜବାବ ଦିଆଯିବ । ସାବଧାନ ପାକିସ୍ତାନ, ସାବଧାନ ଆତଙ୍କବାଦୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି । ପାକିସ୍ତାନର ଚକ୍ରାନ୍ତ ସଫଳ ହେବନି ।

{"id":85398}

ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.