ଜାତିସଂଘ ମଞ୍ଚରୁ ପୂରା ଦୁନିଆକୁ କରୋନା ଭ୍ୟାକସିନ ଉପରେ ବଡ ଆଶ୍ଵାସନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୨୬।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ମହାସଭାକୁ ସମ୍ବୋଧିତ କରିଛନ୍ତି। ସେ  କହିଛନ୍ତି ବିଶ୍ଵର ସବୁଠୁ ବଡ ଭ୍ୟାକସିନ ଉତ୍ପାଦକ ଦେଶ ଭାବେ ଆଜି ମୁଁ ବିଶ୍ଵ ସମୁଦାୟକୁ ଆଉ ଏକ ଆଶ୍ଵାସନ ଦେବାକୁ ଚାହୁଁଛି। ଭାରତର ଭ୍ୟାକସିନ ଉତ୍ପାଦନ ଓ ଭ୍ୟାକସିନ ଯୋଗାଣ କ୍ଷମତା ପୂରା ମାନବତାକୁ ଏହି ସଙ୍କଟରୁ ବାହାର କରିବା ଦିଗରେ କାମରେ ଆସିବ। ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀର ଏହି ମୁସ୍କିଲ ସମୟରେ ମଧ୍ୟ ଭାରତର ଔଷଧ ଉଦ୍ୟୋଗ ୧୫୦ରୁ ଅଧିକ ଦେଶକୁ ଜରୁରୀ ଔଷଧ ପଠାଇଛି।

ମିଳିତ ଜାତିସଂଘରେ ସୁଧାର ଉପରେ ଜୋର ଦେଇ ମୋଦୀ କହିଛନ୍ତି ଆଜି ପୂରା ବିଶ୍ଵ ସମୁଦାୟ ସାମ୍ନାରେ ବହୁଡ ବଡ ପ୍ରଶ୍ନ ରହିଛି ଯେ, ଯେଉଁ ସଂସ୍ଥାର ଗଠନ ସେହି ସମୟର ପରିସ୍ଥିତି ଅନୁଯାୟୀ ହୋଇଥିଲା, ତାର ସ୍ଵରୂପ କଣ ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି କି ? ମୋଦୀ କହିଛନ୍ତି ଯଦି ଆମେ ଗତ ୭୫ ବର୍ଷରେ ମିଳିତ ଜାତିସଂଘର ଉପଲବ୍ଧିର ମୂଲ୍ୟାଙ୍କନ କରିବା ତେବେ ସ୍ପଷ୍ଟ ଦେଖା ଯାଉଛି।

ମୋଦୀ କହିଛନ୍ତି ଲକ୍ଷାଧିକ ନିଷ୍ପାପ ଶିଶୁ ଯେଉଁମାନେ ପୂରା ଦୁନିଆରେ ଛାଇ ଯିବାର ଥିଲା, ସେମାନେ ଆଜି ଦୁନିଆ ଛାଡି ଚାଲି ଯାଇଛନ୍ତି। କେତେ କେତେ ଲୋକଙ୍କୁ ନିଜ ସାରା ଜୀବନର ପୁଞ୍ଜି ହରାଇବାକୁ ପଡିଛି। ଗତ ୮-୯ ମାସ  ହେବ ପୂରା ବିଶ୍ଵ କରୋନା ବୈଶ୍ଵିକ ମହାମାରୀ ସହ ସଂଘର୍ଷ କରୁଛି। ଏହି ମହାମାରୀର ମୁକାବିଲା ପାଇଁ କୁଆଡେ ଗଲା ମିଳିତ ଜାତିସଂଘ ? ବିଶ୍ଵର ଏହି ସର୍ବୋଚ୍ଚ ସଂସ୍ଥାର ପ୍ରଭାବଶାଳୀ ପ୍ରତିକ୍ରିୟା ଗଲା କୁଆଡେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.