Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା : କହିଲେ କରୋନା ହେଉଛି ଅଦୃଶ୍ୟ ଶତ୍ରୁ, କିନ୍ତୁ ଦେଶର ମେଡିକାଲ ବ୍ୟବସ୍ଥା ଅପରାଜେୟ

1/06/2020 at 12:52 PM

ବେଙ୍ଗାଲୁରୁ ୧/୬: କରୋନା ଭାଇରସ ଅଦୃଶ୍ୟ ଶତ୍ରୁ। କିନ୍ତୁ ଏହାର ମୁକାବିଲା ପାଇଁ ଆମର ଚିକିତ୍ସକମାନେ ଅପରାଜେୟ। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କର୍ଣ୍ଣାଟକର ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲଥ ସାଇନ୍ସର ସିଲଭର ଜୁବଲି ଅବସରରେ ଭିଡିଓ କନଫରେନ୍ସିଂରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବକୁ ଆଜି ସବୁଠୁ ବଡ଼ ସଙ୍କଟର ସାମ୍ନା କରିବାକୁ ପଡ଼ିଛି।

ଯେମିତି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଦୁନିଆ ସଂପୂର୍ଣ୍ଣ ବଦଳି ଯାଇଥିଲା ସେହିପରି କରୋନା ସଙ୍କଟ ପରେ ସାରା ବିଶ୍ବରେ ସ୍ଥିତି ବଦଳିଯିବ। ସ୍ବାସ୍ଥ୍ୟ ପ୍ରସଙ୍ଗରେ ଗତ ୬ ବର୍ଷ ହେଲା ଆମେ ବଡ଼ ନିଷ୍ପତ୍ତି ନେଇଛୁ ଏବଂ ଆମେ ୪ଟି ପିଲାର୍ ଉପରେ କାମ କରୁଛୁ ବୋଲି ମୋଦି କହିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଦ୍ବାରା ଦେଶରେ ଏକ କୋଟିରୁ ଅଧିକ ଲୋକ ମାଗଣାରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆମର ଲକ୍ଷ୍ୟ ଦେଶର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ଏବଂ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ସ୍ବାସ୍ଥ୍ୟକର୍ମୀ ମାନେ ଏବେ ସୈନିକ ଭାବେ କାମ କରୁଛନ୍ତି ଏବଂ ଦେଶପାଇଁ ଲଢୁଛନ୍ତି। ସାରା ବିଶ୍ବର ନଜର ଏବେ ଭାରତୀୟ ଡାକ୍ତରଙ୍କ ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

   Related Posts