Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍‌ବୋଧନ, କହିଲେ- ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଆବଶ୍ୟକ’

26/11/2020 at 4:02 PM

ନୂଆଦିଲ୍ଲୀ ୨୬/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ କେବାଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦି ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ  କହିଥିଲେ ଏଭଳି ଘଟଣାକୁ କେବେ ଭୁଲି ହେବ ନାହିଁ। ୨୦୦୮ରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଆଜିର ଭାରତ ନୂଆ ନୀତି ମାଧ୍ୟମରେ ଆତଙ୍କବାଦୀଙ୍କୁ ସାମ୍ନା କରୁଛି ବୋଲି କହିଛନ୍ତି ପ୍ରାଧାନମନ୍ତ୍ରୀ ମୋଦି।

କରୋନା ମହାମାରୀ ସମୟରେ ଭାରତର ନିର୍ବାଚନୀ ପ୍ରଣାଳୀକୁ ପୁରା ବିଶ୍ବ ଦେଖିଛି। ଏଭଳି ସମୟରେ ନିର୍ବାଚନ ହେବା ପରିଣାମ ଆସିବା ଓ ପରେ ସରକାର ଗଠନ ହେବା ସହଜ କଥା ନୁହେଁ। ଆମ ସମ୍ବିଧାନରୁ ଆମକୁ ଯେଉଁ ଶକ୍ତି ମିଳୁଛି ତାହା ହିଁ ଏଭଳି ପରିସ୍ଥିତିକୁ ସହଜ କରୁଛି ବୋଲି ମୋଦି କହିଛନ୍ତି।

ସମ୍ବିଧାନର ରକ୍ଷା କ୍ଷେତ୍ରରେ ନ୍ୟାୟପାଳିକା ମୁଖ୍ୟ ଭୂମିକା ଗ୍ରହଣ କରେ। ୭୦ ଦଶକରେ ଏହାକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହାର ଜବାବ ସମ୍ବିଧାନ ହିଁ ଦେଇଥିଲା। ଏମର୍ଜେନ୍ସି ପରେ ସିଷ୍ଟମ ଆହୁରି ମଜଭୁତ ହୋଇଥିଲା। ଏଥିରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହ କରୋନା କାଳରେ ଲୋକେ ସମ୍ବିଧାନ ଉପରେ ବିଶ୍ବାସ କରି ସମର୍ଥନ ଦେଇଛନ୍ତି। ସଂସଦରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକ କାର୍ଯ୍ୟ ହୋଇଛି। ସାଂସଦ ନିଜ ଦରମାରେ କାଟ ମଧ୍ୟ କରିଛନ୍ତି। ନିୟମ ଅନୁସାରେ ସରକାର ଗଠନ ହେଲା ଯାହାକି ସମ୍ବିଧାନର ଶକ୍ତି ବୋଲି ମୋଦି କହିଛନ୍ତି।

ଆଜି ଦେଶ ସମ୍ବିଧାନ ଦିବସ ପାଳନ କରୁଛି। ସମସ୍ତଙ୍କୁ ରାଷ୍ଟ୍ରହିତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଆବଶ୍ୟକ। ଯଦି ଏଭଳି ପ୍ରସଙ୍ଗରେ ବି ରାଜନୀତି ହେଉଛି ତେବେ କ୍ଷତି ସହିବାକୁ ପଡ଼ିପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ମୋଦି ଦେଶରେ ଚାଲିଥିବା ନିର୍ବାଚନ ପ୍ରଣାଳୀକୁ ନେଇ କହିଛନ୍ତି, ଓ୍ବାନ୍‌ ନେସନ୍‌, ଓ୍ବାନ ଇଲେକ୍ସନ ଆଜି ଭାରତ ପାଇଁ ଆବଶ୍ୟକ। କିଛି ମାସ ବ୍ୟବଧାନରେ ଦେଶରେ କୌଣସି ନା କୌଣସି ସ୍ଥାନରେ ନିର୍ବାଚନ ହେଉଛି। ତେଣୁ ଏହା ଉପରେ ବିଚାର କରିବା ନିହାତି ଦରକାର ।

   Related Posts