'ସାମନା'ରେ ବିଜେପିକୁ କଟାକ୍ଷ କଲା ଶିବସେନା, କହିଲା- 'ମୋଦୀ ଥିଲେ ସବୁ ସମ୍ଭବ'

Published By : Prameya-News7 Bureau | September 18, 2021 IST

ମୁମ୍ବାଇ, ୧୮।୦୯ :  ଶିବସେନା ନିଜ ମୁଖପତ୍ର ସାମନାରେ ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରିଛି । ଜେପି ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ପରେ ଦଳରେ ବାରମ୍ବାର ଅଦଳବଦଳ କରାଯାଉଥିବା ସାମନାରେ ଉଲ୍ଲେଖ କରାଯାଇଛି ।

ସାମନାର ସମ୍ପାଦକୀୟ ପୃଷ୍ଠାରେ ଲେଖାଯାଇଛି ଯେ, ମୋଦୀଙ୍କ ମନରେ ଯାହା ଅଛି, ସେ ଜେପି ନଡ୍ଡାଙ୍କ ଦ୍ୱାରା କରାଉଛନ୍ତି । ନଡ୍ଡାଙ୍କ ମାଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ବଦଳିଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଗୋଟିଏ ଝଟକାରେ ବଦଳିଲେ । ସେଠାରେ ପୁରା ମନ୍ତ୍ରୀ ମଣ୍ଡଳର ନବୀକରଣ କରାଗଲା । ଭୁପେନ୍ଦ୍ର ପଟେଲ ପ୍ରଥମ ଥର ବିଧାୟକ ହୋଇଥିଲେ । ମୋଦୀ-ନଡ୍ଡା ଏପରି ଝଟକା ଦେଲେ ଯେ ଯାହା ରାଜନୀତିରେ ସବୁ ସମ୍ଭବ ବୋଲି ପ୍ରମାଣିତ କରିଦେଲା । ମୋଦୀ ଥିରେ ସବୁ ସମ୍ଭବ । ବିଜୟ ରୂପଣୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ସମସ୍ତଙ୍କୁ ମୋଦୀ-ନଡ୍ଡା ଘରେ ବସାଇଦେଲେ ।

ଆହୁରି ମଧ୍ୟ ଲେଖାଯାଇଛି ଯେ. ପୁରୁଖା ଲୋକଙ୍କୁ ହଟାଇ ମୋଦୀ-ନଡ୍ଡା ଗୁଜୁରାଟରେ ଗୋଟିଚାଳନା କରିଛନ୍ତି । ରାଜେନ୍ଦ୍ର ତ୍ରିବେଦୀ ବିଧାନସଭାର ଅଧ୍ୟକ୍ଷ ଥିଲେ । ତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି । ରୁପାଣୀଙ୍କ ପଛରେ ଅମିତ ଶାହଙ୍କ ସମର୍ଥନ ଥିଲା । ମୋଦୀ-ନଡ୍ଡା ନିଜ ଦଳକୁ ଏକ ଜୋରଦାର ରାଜନୀତିକ ସନ୍ଦେଶ ଦେଇଛନ୍ତି । ମୋଦୀ ଜାତୀୟ ରାଜନୀତିକୁ ଗଲା ପରେ ବରିଷ୍ଠ ନେତାଙ୍କୁ ମାର୍ଗଦର୍ଶକ କରି ବସାଇ ଦେଇଛନ୍ତି । ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହରଯୋଶୀ ମାର୍ଗଦର୍ଶକ ଭାବେ ଦଳ ବସାଇଦେଇଛି ।

ସେହିପରି ମୋଦୀଙ୍କ ଚେହେରା ନଥିଲେ ବିଜେପି ଅନେକ ନିର୍ବାଚନରେ ପରାସ୍ତ ହୋଇଯିବ । ଏହି କାରଣରୁ ମୋଦୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଦେଲେଣି ବୋଲି ସାମନାରେ ଉଲ୍ଲେଖ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.