'କରୋନା ମାମଲା ବୃଦ୍ଧିକୁ ବ୍ରେକ୍ ଦିଅ, ଆକ୍ସନ ନିଅ', ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ,୧୬/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଏହାସହ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି ।

ମୋଦୀ କହିଛନ୍ତି ଯେ, ଯେଉଁଠାରେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିଲା ସେଠାରେ କେସ୍ କମ୍ ହେବା କଥା । କିନ୍ତୁ ମହାରାଷ୍ଟ୍ର ଓ କେରଳରେ ପୁଣି ଥରେ ମାମଲା ବଢୁଛି । ଏହା ଦେଶ ପାଇଁ ଚିନ୍ତାର ବିଷୟ । ଯେଉଁ ରାଜ୍ୟରେ ମାମଲା ବଢୁଛି ସେଠାକାର ସରକାର କଡା ପଦକ୍ଷେପ ନେଇ ତୃତୀୟ ଲହରକୁ ରୋକିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଶେଷଜ୍ଞମାନେ ସତର୍କ କରୁଛନ୍ତି । ଦୀର୍ଘଦିନ ଧରି କେସ୍ ବଡିଲେ ଭାଇରସର ମ୍ୟୁଟେସନ୍ ଆଶଙ୍କା ବୃଦ୍ଧି ପାଇଥାଏ । ତୃତୀୟ ଲହରକୁ ରୋକିବା ପାଇଁ କଡା ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ଟେଷ୍ଟ୍, ଟ୍ରାକ୍ ଓ ଟ୍ରିଟ୍ ଉପରେ ଫୋକସ କରିବା ଆବଶ୍ୟକ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ସ୍ୱତନ୍ତ୍ର ନଜର ଦେବା ଉଚିତ । ଯେଉଁଠାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାରେ ଅଧିକ ଫୋକସ କରାଯିବା ଦରକାର ।  ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଉପକରଣ ପ୍ରଦାନ କରାଯାଉଛି ।  ନିକଟରେ କେନ୍ଦ୍ର ସରକାର ୨୩ ହଜାର କୋଟିରୁ ଅଧିକ ଟଙ୍କାର ଜରୁରୀକାଳିନ ପାଣ୍ଠି ଜାରି କରିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ମୋଦୀ ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଭାଇ ମାଣ୍ଡେଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.