Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦିଙ୍କ ଚେତାବନୀ : ପାକିସ୍ତାନ ସହ କଥାବର୍ତ୍ତାର ସମୟ ସରିଲା, ଏବେ କାର୍ଯ୍ୟାନୁଷ୍ଠାନ

18/02/2019 at 3:30 PM

ନୂଆଦିଲ୍ଲୀ ୧୮|୨:  ପୁଣି ଜମ୍ମୁକାଶ୍ମୀରରେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ପାକିସ୍ତାନ ସହ ଆତଙ୍କବାଦୀଙ୍କ ସଂପର୍କରେ କଥାବାର୍ତ୍ତା ହେବାର ସମୟ ଶେଷ ହୋଇଛି ବୋଲି କହିଛନ୍ତି । ଏବେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି ବୋଲି ସେ କହିଛନ୍ତି । ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପ୍ରଶୟ ଦେଉଛି । ଏବେ ସମସ୍ତେ ଏକ ହେବାର ସୟମ ଆସିଛି ।

ସବୁ ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି ଏବଂ ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ସେମାନେ ଆତଙ୍କବାଦକୁ ଉତ୍ସାହିତ କରୁଛନ୍ତି ।

ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମାକ୍ରି ୩ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।

ଗତ ୧୪ତାରିଖରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ସିଆରପିଏଫ୍ ଫୌଜ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି ।

   Related Posts