ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ମୋଦି କହିଲେ, 'ପୁରା ସଂସଦ ଦେଶର ବୀର ଯବାନଙ୍କ ସହ ରହିଛି'

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪/୦୯ : କରୋନା ମହାମାରୀ ମଧ୍ୟରେ ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ ଚୀନ ସହ ଚାଲିଥିବା ସୀମା ବିବାଦ ଉପରେ ସଂସଦରେ ସନ୍ଦେଶ ଦେଇଥିଲେ । ସଂସଦରେ ବସିଥିବା ସମସ୍ତ ସଦସ୍ୟ ଏକଜୁଟ ହୋଇ ଦେଶର ବୀର ଯବାନଙ୍କ ସହ ଏକଜୁଟ ହୋଇ ଛିଡା ହେବାକୁ ସନ୍ଦେଶ ଦେବେ ବୋଲି ସେ ଆଶା କରିଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ କହିଥିଲେ ଯେ, 'ଦେଶର ବୀର ଯବାନ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଦାୟିତ୍ୱ କରୁଛନ୍ତି । ସାହସ, ମନୋବଳ ଓ ଦୃଢ ବିଶ୍ୱାସର ସହ ଦୁର୍ଗମ ପାହାଡ ଉପରେ ଦେଶର ସୁରକ୍ଷା କରୁଛନ୍ତି । କିଛି ଦିନ ପରେ ପାଣିପାଗ ବଦଳିବ, ତୁଷାରପାତ ହେବ, ତଥାପି ଯବାନ ସୀମାରେ ଛିଡା ହୋଇ ଦେଶର ସୁରକ୍ଷା କରୁଛନ୍ତି । ଯେଉଁ ବିଶ୍ୱାସର ସହ ଯବାନ ମାତୃଭୂମିର ରକ୍ଷା କରୁଛନ୍ତି, ତାଙ୍କ ପାଇଁ ଏକ ଭାବନା, ଏକ ସଂକଳ୍ପ, ଏକ ଉଦ୍ଧେଶ୍ୟରେ ସଂସଦରେ ସଦସ୍ୟ ଯବାନଙ୍କ ପାଇଁ ଗୋଟିଏ ସ୍ୱରରେ ଛିଡା ହେବେ ବୋଲି ମୁଁ ଆଶା କରୁଛି ।'

{"id":329399,"sizeSlug":"large"}

ଚୀନ ସହ ସୀମା ବିବାଦକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖା ଦେଇଛି । ମୋଦି ଏହି ସମ୍ବନ୍ଧରେ ସଂକେତ ଦେଇ କହିଥିଲେ ଯେ ସାରା ଦେଶ ଯବାନଙ୍କ ସହ ଛିଡା ହୋଇଛି ।

କରୋନା ମହାମାରୀକୁ ନେଇ ମୋଦି କହିଥିଲେ ଯେ, କରୋନା ସମୟରେ ନିଜ କର୍ତବ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । କରୋନା ଯୋଗୁଁ ବଜେଟ ଅଧିବେଶନକୁ ରୋକିବାକୁ ପଡିଥିଲା । ଏହି ଅଧିବେଶନରେ ଅନେକ ମହତ୍ଵପୁର୍ଣ ନିଷ୍ପତ୍ତି ନିଆଯିବ । ଅନେକ ବିଷୟରେ ଚର୍ଚ୍ଚା ହେବ । ଯେତେ ଗଭୀର ଚର୍ଚ୍ଚା ହେବ ଦେଶର ସେତିକି ଲାଭ ହେବ । ସମସ୍ତେ କରୋନା ଗାଇଡଲାଇନ ପାଳନ କରିବା ଉଚିତ ବୋଲି ମୋଦି କହିଥିଲେ । ସବୁ ସଙ୍କଟରୁ ବାହାରିବା ପାଇଁ ଦୁନିଆରେ କ୍ଷମତା ଅଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.