'କରୋନାର ଦ୍ବିତୀୟ ଲହର ଉପରେ ବିଜୟ ହାସଲ କରିବ ଭାରତ’- ମନ୍ କି ବାତ୍ ରେ ଏମିତି କିଛି କହିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 30, 2021 IST

ନୂଆଦିଲ୍ଲୀ ୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କୋଭିଡ୍-୧୯ର ପ୍ରଥମ ଲହର ବିରୋଧରେ ଦେଶ ଦୃଢତାର ସହ ଲଢେଇ କରିଥିଲା ​​ଏବଂ ବର୍ତ୍ତମାନ ଦ୍ବିତୀୟ ଲହରରେ ମଧ୍ୟ ଜୋରଦାର ଲଢେଇ ଜାରି ରହିଛି । ମାସ୍କ, ସାମାଜିକ ଦୂରତା ପାଳନ ଏବଂ ଟିକାକରଣକୁ ପ୍ରତିରକ୍ଷା କରିବାର ସଠିକ ଉପାୟ ଭାବରେ ବର୍ଣ୍ଣନା କରି ମୋଦି କହିଛନ୍ତି ଯେ, ଭାରତ ମଧ୍ୟ ଏଥର ମହାମାରୀକୁ ଦୂର କରିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,

wp:list
  • ଭାରତ କରୋନା ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ନିକଟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭାରତ ସାମୂହିକ ଶକ୍ତି ଦ୍ବାରା ତାର ମୁକାବିଲା ମଧ୍ୟ କଲା ।
/wp:list wp:list
  • ଗତ ୧୦ ଦିନ ମଧ୍ୟରେ ଦେଶ ପୁଣି ଦୁଇଟି ବଡ ବଡ ବାତ୍ୟା ‘ତାଓତେ’ ଏବଂ ପୂର୍ବ ଉପକୂଳରେ ‘ୟାସ’ର ସମ୍ମୁଖୀନ ହୋଇଥିଲା ।
/wp:list wp:list
  • ଦେଶ ଏବଂ ଦେଶବାସୀ ଦୃଢତାର ସହ ଏହାର ମୁକାବିଲା କରିଥିଲେ । ଏଥିଯୋଗୁଁ କମ୍ ସଂଖ୍ୟାରେ ପ୍ରାଣହାନି ହୋଇଥିଲା ।
/wp:list wp:list
  • କେନ୍ଦ୍ର, ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଏହି ବିପର୍ଯ୍ୟୟର ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି ।
/wp:list wp:list
  • ବିପର୍ଯ୍ୟୟର ଏହି କଠିନ ଏବଂ ଅସାଧାରଣ ପରିସ୍ଥିତିରେ ବାତ୍ୟା ଦ୍ବାରା ପ୍ରଭାବିତ ସମସ୍ତ ରାଜ୍ୟର ଲୋକମାନେ ଯେଉଁ ସାହସ ଦେଖାଇଛନ୍ତି, ଏଥିପାଇଁ ମୁଁ ସମସ୍ତ ନାଗରିକଙ୍କୁ ସମ୍ମାନର ସହ ପ୍ରଶଂସା କରିବାକୁ ଚାହେଁ ।
/wp:list wp:list
  • ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୩ କୋଟିରୁ ଅଧିକ ସାମ୍ପଲ ଟେଷ୍ଟିଂ ସରିଛି ।
/wp:list wp:list
  • ଆମର ଅନେକ ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଏବଂ ଟେକ୍ନିସିଆନମାନେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.