Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ଆତଙ୍କବାଦୀକୁ କିଛି ଦେଶ ରାଜନୈତିକ ଅସ୍ତ୍ର କରିଛନ୍ତି, ସାରା ବିଶ୍ୱ ସ୍ୱର ଉଠାଉ’- ପ୍ରଧାନମନ୍ତ୍ରୀ

26/09/2021 at 7:42 AM

ନୂଆଦିଲ୍ଲୀ, ୨୬|୦୯:  ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ନାଁ ନନେଇ ପାକିସ୍ତାନକୁ ଚାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିସଂଘ ମଞ୍ଚରୁ ଇମ୍ରାନ କାଶ୍ମୀର ରାଗ ଗାଇଥିବା ବେଳେ ତାଙ୍କୁ ପରୋକ୍ଷରେ କଡା ଜବାବ ଦେଇଛନ୍ତି ମୋଦି ।

ମୋଦୀ କହିଛନ୍ତି ଯେ, ବିଶ୍ବରେ ଚରମପନ୍ଥୀଙ୍କ ବିପଦ ବଢୁଛି । ବିସ୍ତାରବାଦ ମନୋଭାବ ବଢି ଚାଲିଛି । ଅନେକ ସ୍ଥାନରେ ପ୍ରକ୍ସି ୱାର ଚାଲିଛି ।
ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ଯେଉଁମାନେ ଆତଙ୍କୀକୁ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିପଦ ରହିଛି । ପାକିସ୍ତାନ-ତାଲିବାନ ମଧୁଚନ୍ଦ୍ରିକାକୁ ବିଶ୍ବ ମଞ୍ଚରେ ରଖିଛନ୍ତି ମୋଦି । ଆଫଗାନିସ୍ତାନକୁ ଆତଙ୍କବାଦ ପାଇଁ ବ୍ୟବହାର କରାନଯାଉ । ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଜରୁରୀ । ଆଫଗାନିସ୍ତାନରେ ମହିଳା ଏବଂ ଶିଶୁଙ୍କ ପାଇଁ ସାହାଯ୍ୟର ହାତ ବଢି ଆସିବା ଉଚିତ । ସାରା ବିଶ୍ବ ଏନେଇ ସ୍ବର ଉଠାଇବା ଆବଶ୍ୟକ ବୋଲି ମୋଦି କହିଛନ୍ତି  ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଠିକ ସମୟରେ କାମ ନହେଲେ, ସଫଳତା ମୂଲ୍ୟହାନ- ଚାଣକ୍ୟଙ୍କ ଏହି ବାକ୍ୟ କହି ଜାତିସଂଘର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି ମୋଦି । ଜାତିସଂଘକୁ ନିଜକୁ ସୁଧାରିବା ଆବଶ୍ୟକ, ବିଶ୍ୱସନୀୟତା ବଢାଇବାକୁ ପଡିବ । ଭାରତ-ପ୍ରଶାନ୍ତ ମହାସାଗରରେ ମୁକ୍ତ ବାଣିଜ୍ୟ ସପକ୍ଷରେ ଯୁକ୍ତି ରଖି ଚୀନକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମୁଦ୍ରକୁ ବିସ୍ତାରବାଦ ତାକତ କବଜା କରିବା ଅନୁଚିତ । ଏନେଇ ସାରା ବିଶ୍ବ ଏକ ସ୍ବରରେ ଆୱାଜ ଉଠାଇବା ଆବଶ୍ୟକ । ବିସ୍ତାରବାଦ ମାନସିକତା ବନ୍ଦ ହେବା ଜରୁରୀ ।

ଡେମୋକ୍ରାସି ସହ ଟେକନୋଲୋଜି- ଜାତିସଂଘରେ ଏହି ନାରା ଦେଇଛନ୍ତି ମୋଦି । ମହାମାରୀ ଶିକ୍ଷା ଦେଇଛି, ବିଶ୍ବ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହେବା ଜରୁରୀ । ଭାରତର ଭାକସିନ୍ ଅଭିଯାନ ଏହାର ବଡ଼ ଉଦାହରଣ । ଭାରତ ପ୍ରଥମଥର ପାଇଁ DNA ଭାକସିନ୍ ବନାଇବାରେ ସଫଳତା ପାଇଛି । ଗ୍ଲୋବାଲ୍ ଚେନ୍ ଭାକସିନ୍ ଉପରେ ମୋଦି ଗୁରୁତ୍ବ ଦେବା ସହ ସାରା ବିଶ୍ବର ଭାକସିନ୍ କମ୍ପାନୀକୁ ଭାରତରେ ଟିକା ବନାଇବା ପାଇଁ ଆହ୍ବାନ କରିଛନ୍ତି ।  ଭାରତୀୟ ଗଣତନ୍ତ୍ରର ଶକ୍ତି ନେଇ ମୋଦି କହିଥିଲେ, ଜଣେ ଚାହା ବାଲା ଏହି ମଞ୍ଚରୁ ଚତୁର୍ଥ ଥର ପାଇଁ ସମ୍ବେଧନ କରୁଛନ୍ତି । ଭାରତ ବିକାଶ କଲେ ସାରା ବିଶ୍ବ ଆଗେଇବ । ବିଶ୍ବ ଗଣତନ୍ତ୍ର ଭରସାଯୋଗ୍ୟ ପାର୍ଟନର ହେଉଛି ଭାରତ ।  ଶେଷରେ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ବାଣୀଶୁଣାଇଥିଲେ । ଭାରତର ମହାନତା ଏବଂ ଭାରତର ଅଦ୍ବିତୀୟ ଗଣତନ୍ତ୍ରକୁ ବିଶ୍ୱ ମଞ୍ଚରେ ଉପସ୍ଥାପନା କରିଥିଲେ ।

ସୂଚନଯୋଗ୍ୟ, ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ଆମେରିକା ଗସ୍ତ କରିଥିଲେ  । ଏହି ପରିପ୍ରେକ୍ଷୀରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଅନ୍ୟ ନେତୃବୃନ୍ଦଙ୍କୁ ଭେଟିଥିଲେ । ଏହାସହ ବିଭିନ୍ନ କମ୍ପାନୀର ସିଇଓଙ୍କ ମଧ୍ୟ ମୋଦି ଆଲୋଚନା କରିଥିଲେ ।

   Related Posts