Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ : ଆତଙ୍କବାଦ ପ୍ରସଙ୍ଗରେ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ୍‌, ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଲେ

25/09/2021 at 7:13 PM

ନୂଆଦିଲ୍ଲୀ ୨୫/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପରେ ଆଜି ଜାତିସଂଘକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂଯୁକ୍ତ ରାଷ୍ଟ୍ର ମହାସଭା(UNGA)କୁ ସମ୍ବୋଧିତ କରି ମୋଦି କହିଛନ୍ତି, ‘ଭାରତ ଲୋକତନ୍ତ୍ରର ଜନନୀ ଏବଂ ମୁଁ ସେହି ଦେଶରୁ ପ୍ରତିନିଧିତ୍ବ କରୁଛି । ଏହି ବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନତାର ୭୫ ବର୍ଷରେ ପ୍ରବେଶ କରିଛି । ଆମ ବିବିଧତା ହିଁ ମଜବୁତ ଲୋକତନ୍ତ୍ରର ପରିଚୟ । ଯେତେବେଳେ ଭାରତର ବିକାଶ ହେଉଛି ସେତେବେଳେ ବିଶ୍ବ ବଦଳୁଛି ।’

ସବୁଠାରୁ ବଡ କଥା ହେଉଛି ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି ମୋଦି । ନାଁ ନନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ‘ଦୁନିଆରେ ଚରମପନ୍ଥୀମାନଙ୍କ ବିପଦ ବୃଦ୍ଧିପାଇବାରେ ଲାଗିଛି । ଆତଙ୍କବାଦ ମଧ୍ୟ ବିଶ୍ବର ସବୁଠାରୁ ବଡ କାରଣ ହୋଇଛିଡା ହୋଇଛି । ଆଫଗାନିସ୍ତାନ ପ୍ରସଙ୍ଗରେ ସମସ୍ତଙ୍କୁ ଭାବିବାର ସମୟ ଆସିଛି । ସେଠାରେ ସଂଖ୍ୟାଲଘୁ ଜନସାଧାରଣଙ୍କ ସୁରକ୍ଷା ଜରୁରୀ । ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରାଯାଉଛି । କିଛି ଦେଶ ଏହା କରି ଫାଇଦା ନେବାକୁ ଚାହୁଁଛନ୍ତି । ଆଫଗାନିସ୍ତାନରେ ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ । ସମୁଦ୍ର ସୁରକ୍ଷା ଦିଗରେ ସଚେତନ ହେବା ଆବଶ୍ୟକ ।’

ଆତଙ୍କବାଦକୁ ସବୁବେଳେ ସମର୍ଥନ ଦେଇଆସୁଛି ପାକିସ୍ତାନ । ଯାହାଫଳରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ଚିନ୍ତା ବଢୁଛି । ଆତଙ୍କବାଦ ପାକିସ୍ତାନର ଏକ ଅଙ୍ଗ ହୋଇଯାଇଛି । ଯେଉଁ ଦେଶର ନିଜର ଆତଙ୍କବାଦୀ ରହିଛନ୍ତି ସେହି ଦେଶ ବିଶ୍ବବାସୀଙ୍କ ପାଇଁ ଚିନ୍ତା କରୁଛି ଯାହାକି ଦୁର୍ଭାଗ୍ୟଜନକ । ମୋଦି ଏ ନେଇ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି । ନାଁ ନନେଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦୀଙ୍କୁ ଏକ ଟୁଲ୍‌ ଭାବେ ବ୍ୟବହାର କରାଯାଉଛି । ଯାହାକି ଏକ ବଡ ବିପଦ । ରାଜନୈତିକ ଅସ୍ତ୍ର ଭାବେ ଆତଙ୍କବାଦକୁ ବ୍ୟବହାର କରାଯାଉଛି ।

   Related Posts