ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରେ ପ୍ରବାହିତ ରକ୍ତର ପ୍ରତିଟି ବୁନ୍ଦା ନେତାଜୀଙ୍କ ଋଣି ରହିବ
23/01/2021 at 6:39 PM

କୋଲକାତା ୨୩।୦୧: ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ କୋଲକାତାର ଭିକ୍ଟୋରିଆ ମେମୋରିୟାଲରେ ଆୟୋଜିତ ‘ପରାକ୍ରମ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ଆଜି ନେତାଜୀ ସୁଭଷ ଚନ୍ଦ୍ର ବୋଷଙ୍କ ଚରଣରେ ନତମସ୍ତକ ହେଉଛି। ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କରିଦେବା ପରି କ୍ଷଣ। ପିଲାଟି ବେଳରୁ ଯେବେ ବି ନେତାଜୀଙ୍କ ନାମ ଶୁଣିଛି, କୌଣସି ମଧ୍ୟ ପରିସ୍ଥିତିରେ ନିଜକୁ ଏକ ନୂତନ ଉର୍ଜା ମିଳିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଆଜି ନେତାଜୀ ଜୀବିତ ଥାନ୍ତେ ତେବେ ଦେଖିଥାନ୍ତି ଯେ ଭାରତ କେମିତି ମହାମାରୀର ମୁକାବିଲା କରିବା ସହିତ ଦୁନିଆର ଦେଶକୁ ସାହାଯ୍ୟ କରିଛି। ଆଜି ତାଙ୍କ ଭାରତ ଭ୍ୟାକସିନ ପରି ଆଧୁନିକ ବୈଜ୍ଞାନିକ ସମାଧାନ ଖୋଦ୍ ପ୍ରସ୍ତୁତ କରିଛନ୍ତି।
आज कोलकाता में आना मेरे लिए बहुत भावूक करने वाला पल है। बचपन से जब भी ये नाम सुना- नेताजी सुभाष चंद्र बोस मैं किसी भी स्थिति में रहा, ये नाम कान में पड़ते ही एक नई ऊर्जा से भर गया : PM मोदी, कोलकाता के विक्टोरिया मेमोरियल में आयोजित कार्यक्रम में बोलते हुए pic.twitter.com/QOjnC0TxNn
— ANI_HindiNews (@AHindinews) January 23, 2021
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିର ଦିନରେ ମା ଭାରତୀଙ୍କ କୋଳରେ ବୀର ପୁତ୍ର ଜନ୍ମ ନେଇଥିଲା, ଯିଏ ସ୍ଵାଧୀନତା ଭାରତର ସ୍ଵପ୍ନକୁ ନୂତନ ଦିଗ ଦେଇଥିଲେ। ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ କୃତଜ୍ଞ ରାଷ୍ଟ୍ର ତାଙ୍କୁ ଶତ ଶତ ପ୍ରଣାମ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ସ୍ଥିର କରିଛି ଯେ ଏବେ ପ୍ରତି ବର୍ଷ ନେତାଜୀଙ୍କ ଜୟନ୍ତୀ(ଜାନୁଆରୀ ୨୬)କୁ ପରାକ୍ରମ ଦିବସ ରୂପେ ପାଳନ କରାଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ହିନ୍ଦୁସ୍ଥାନର ପ୍ରତିଟି ବ୍ୟକ୍ତି ନେତାଜୀଙ୍କ ଋଣି। ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ଶରୀରରେ ପ୍ରବାହିତ ରକ୍ତର ଗୋଟିଏ ଗୋଟିଏ ବୁନ୍ଦା ନେତାଜୀ ସୁଭାଷ ବୋଷଙ୍କ ଋଣି। ନେତାଜୀ କହିଥିଲେ, ସ୍ଵାଧୀନତା ଭାରତର ସ୍ଵପ୍ନରେ କେବେ ମଧ୍ୟ ଭରସା ହରାଇବା ଉଚିତ୍ ନୁହେଁ। ଦୁନିଆରେ ଏମିତି କୌଣସି ଶକ୍ତି ନାହିଁ ଯିଏ ଭାରତକୁ ବାନ୍ଧି ରଖି ପାରିବ। ବାସ୍ତବରେ ଦୁନିଆରେ ଏମିତି କୌଣସି ଶକ୍ତି ନାହିଁ ଯିଏ ୧୩୦ କୋଟି ଦେଶବାସୀଙ୍କୁ ନିଜର ଭାରତକୁ ଆତ୍ମ ନିର୍ଭର ଭାରତରେ ପରିଣତ କରିବାରେ ରୋକି ପାରିବ।
ଆଜିର ଭାରତ ଏବଂ ବୋଷଙ୍କ କଳ୍ପନାର ଭାରତ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନେତାଜୀ ଆଜି ଯେଉଁ ସ୍ଵରୂପରେ ବି ଆମକୁ ଦେଖୁଥିବେ, ଆମକୁ ଆଶୀର୍ବାଦ ଦେଉଥିବେ। ଯେଉଁ ଭାରତ ସେ କଳ୍ପନା କରୁଥିଲେ, ଏଲଏସିଠୁ ନେଇ ଏଲଓସି ପର୍ଯ୍ୟନ୍ତ, ଭାରତର ଏହି ନୂଆ ଅବତାର ଆଜି ଦୁନିଆ ଦେଖୁଛି। ଯେଉଁଠି ବି ଭାରତର ସାର୍ବଭୌମତ୍ଵକୁ ଚ୍ୟାଲେଞ୍ଜ କରିଛି, ଭାରତ ଏହାର ମୁହଁତୋଡ ଜବାବ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।