ନୂଆଦିଲ୍ଲୀ ୩୦।୦୧: ସଂସଦର ବଜେଟ୍ ଅଧିବେଶନକୁ ନେଇ ଶନିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ଆନ୍ଦୋଳନକୁ ନେଇ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ। କୃଷକଙ୍କୁ କୃଷି ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଆଜି ମଧ୍ୟ କାଏମ ରହିଛି। ଏପରିକି କୃଷକ ଏବଂ ସରକାର ମଧ୍ୟରେ କେବଳ ଗୋଟିଏ ଫୋନ୍ କଲ୍ର ଦୂରତା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବଜେଟ୍ ଅଧିବେଶନକୁ ନେଇ ଆଜି ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ, ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନା ସାଂସଦ ବିନାୟକ ରାଉତ, ଅକାଳି ଦଳର ନେତା ବଲବିନ୍ଦର ସିଂହ ଭୁଣ୍ଡର କୃଷକ ଆନ୍ଦୋଳନ ନେଇ ନିଜ ନିଜର ପକ୍ଷ ରଖିଛନ୍ତି। ଜେଡିୟୁର ପ୍ରତିନିଧିତ୍ଵ କରୁଥିବା ରାଜ୍ୟସଭା ସାଂସଦ ଆରସିପି ସିଂହ କୃଷି ଆଇନର ସମର୍ଥନ କରିଛନ୍ତି।
wp:html/wp:htmlIn 11th Centre-farmer negotiation, we'd said that Govt is open for discussion. Agri Minister had said that he's just a phone call away, whenever you give a call he's ready for discussion. It still stands good. This is what PM said (in all-party meet): Union Minister Pralhad Joshi pic.twitter.com/5TRsXt1eLK
— ANI (@ANI) January 30, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ କହିଛନ୍ତି ଯେ, ତାଙ୍କ ସରକାର ଆନ୍ଦୋଳନକାରି କୃଷକଙ୍କ ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗର ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ସଂସଦରେ ବିଭିନ୍ନ ଦଳର ନେତାଙ୍କ ଡିଜିଟାଲ ବୈଠକରେ ମୋଦୀ ଏହା ମଧ୍ୟ କହିଛନ୍ତି ତିନି କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ ତା ଉପରେ ଆଜି ମଧ୍ୟ ସରକାର କାଏମ ରହିଛି। ବିଭିନ୍ନ ଦଳର ନେତାଙ୍କ ସହ ଏହି ବୈଠକରେ ଅଲଗା ଅଲଗା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକର ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଭରସା ଦେଇଛନ୍ତି, ସରକାର କୃଷକଙ୍କ ଦାବି ଉପରେ ଖୋଲା ମନରେ ବିଚାର କରିବାକୁ ପ୍ରସ୍ତୁତ। ସରକାର ଓ କୃଷକଙ୍କ ମଧ୍ୟରେ ୧୧ତମ ବୈଠକରେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହା ଏବେ ମଧ୍ୟ କାଏମ ରହିଛି।