Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ରାଫେଲ ବିମାନ ଥିଲେ ପରିଣାମ କିଛି ଅଲଗା ହୋଇଥାଆନ୍ତା : ନରେନ୍ଦ୍ର ମୋଦି

3/03/2019 at 11:24 AM

ନୂଆଦିଲ୍ଲୀ ୩|୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯଦି ଆମ ପାଖରେ ରାଫେଲ ବିମାନ ଥାଆନ୍ତା ତେବେ ପରିଣାମ କିଛି ଅଲଗା ହୋଇଥାନ୍ତା । ସେ ଏଭଳି ବୟାନ ଏଇ ନିକଟରେ ଭାରତ ଦ୍ବାରା ପାକିସ୍ତାନ ବାଲାକୋଟ୍ ରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ କୁ ନଜରରେ ରଖି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ୟୁପିଏ ସରକାରଙ୍କ ଉପରେ ପରୋକ୍ଷ ଭାବେ ଆରୋପ ଲଗାଇ କହିଛନ୍ତି ଯେ, ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ବୁଲେଟ ପ୍ରୁଫ୍ ଜ୍ୟାକେଟ୍ କିଣାଯାଇାହିଁ । ସେ କହିଛନ୍ତି ଯେ ପୂର୍ବରୁ କୌଣସି ଡିଫେନ୍ସ ଡିଲ୍ ଅନ୍ୟ କାହା ସାହାଯ୍ୟ ବିନା ସମ୍ଭବ ହେଉନଥିଲା । ମାତ୍ର ତାଙ୍କ ସରକାର ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିଛନ୍ତି । ମୋଦି କହିଛନ୍ତି ଯେ, ପୂର୍ବରୁ ଡିଫେନ୍ସ ଡିଲ୍ ରେ ହେରଫେର ହେଉଥିଲା । ମାତ୍ର ତାଙ୍କ ସରକାରରେ ହେରଫେରର କୌଣସି ସ୍ଥାନ ନାହିଁ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ରାଫେଲର ଅଭାବ ଆଜି ସମଗ୍ର ଦେଶବାସୀ ଅନୁଭବ କରିଛନ୍ତି । ଆଜି ସାରା ଦେଶବାସୀ ଏକ ସ୍ବରରେ କହୁଛନ୍ତି ଯେ, ଯଦି ଆମ ପାଖରେ ରାଫେଲ ଥାଆନ୍ତା ତେବେ କଣ ହୋଇଥାଆନ୍ତା ? ରାଫେଲକୁ ନେଇ ପ୍ରଥମେ ସ୍ବାର୍ଥନୀତି ଏବଂ ଏବେ ରାଜନୈତିକ କାରଣରୁ ଦେଶର ବହୁତ କ୍ଷତି ହୋଇଛି ।

ବିରୋଧୀଙ୍କ ଉପରେ ଆକ୍ରାମକ ଭାବେ ସେ କହିଛନ୍ତି ମୋଦିଙ୍କୁ ବିରୋଧ କରିବାର ଅଛନ୍ତି ତ ନିଶ୍ଚୟ କରନ୍ତୁ । ଆମର ଯୋଜନାରେ ତ୍ରୁଟି ବାହାର କରନ୍ତୁ । ଆପଣଙ୍କୁ ସବୁବେଳେ ଆମେ ସ୍ବାଗତ କରିବୁ । ମାତ୍ର ଦେଶର ସୁରକ୍ଷା ଏବଂ ହିତକୁ ବିରୋଧ କରନ୍ତୁ ନାହିଁ । ଏକଥା ଧ୍ୟାନ ରଖନ୍ତୁ ଯେ, ମୋଦିଙ୍କୁ ବିରୋଧ କରିବାର ଜିଦ୍ ମାସୁଦ ଅଜହର ଏବଂ ହାଫିଜ ସୟଦ ଭଳି ଆତଙ୍କବାଦୀଙ୍କୁ ଆତଙ୍କ ଖେଳାଇବାର ମଉକା ନମିଳିଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

   Related Posts