ପାକିସ୍ତାନର ଭାଷା କହୁଛି କଂଗ୍ରେସ : ମୋଦି

Published By : Prameya-News7 Bureau | February 23, 2019 IST

ଜୟପୁର ୨୩/୨ : ଲୋକସଭା ନିର୍ବାଚନ ପୂର୍ବରୁ ସବୁ ବଡ ବଡ ନେତା ନିର୍ବାଚନୀ ମାହୋଲକୁ ସରଗରମ କରିବା ଆରମ୍ଭ କରିଦେଲେଣି | ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଦଳ ଜନସଭା ଆୟୋଜନ କରୁଛି | ନିର୍ବାଚନୀ ମାହୋଲକୁ ଗରମ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ | ମୋଦି ଆଜି କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଏବଂ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଧାନସଭା କ୍ଷେତ୍ରରୁ ବିଜୟ ସଂକଳ୍ପ ରାଲିର ଶୁଭ ଉଦଘାଟନ କରିଛନ୍ତି | ସେଠାରେ ପ୍ରଥମେ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ବୀରପୁତ୍ରଙ୍କୁ ଜନ୍ମ ଦେଇଥିବା ମା'ମାନଙ୍କୁ ଏବଂ ତାଙ୍କ ପରିବାରକୁ କୃତଜ୍ଞତା ଜଣାଇଥିଲେ | ଦେଶ ସହ ସମଗ୍ର ବିଶ୍ୱ ସହିଦଙ୍କ ପରିବାର ସହ ଛିଡା ହୋଇଛି ବୋଲି କହିଥିଲେ ମୋଦି | ମୋଦି ସରକାରଙ୍କ ଉପରେ ଏବଂ ମା ଭବାନୀଙ୍କ ଉପରେ ବିଶ୍ୱାସ ରଖିବା ପାଇଁ କହିଥିଲେ ମୋଦି | ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ଆତଙ୍କବାଦୀଙ୍କ ଦାନା ପାଣି ସମଗ୍ର ବିଶ୍ୱରୁ ବନ୍ଦ କରିବା ପାଇଁ ଆପଣଙ୍କ ପ୍ରଧାନସେବକ ପ୍ରୟାସ ଜାରି ରଖିଛି  । ଆତଙ୍କବାଦୀଙ୍କ କାରଖାନାରେ ତାଲା ପକାଇବା ଦାୟିତ୍ୱ ମୋଦି ସରକାରଙ୍କ |

{"id":87930,"width":586,"height":328}

ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରି କହିଥିଲେ ଯେ, " ପ୍ରଟୋକଲ ହିସାବରେ ମୁଁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲି | ତାଙ୍କୁ କହିଥିଲି ଯେ, ଦୁଇ ଦେଶ ମଧ୍ୟରେ ବହୁତ ଯୁଦ୍ଧ ହେଲାଣି, କିନ୍ତୁ କିଛି ହାସଲ ହୋଇନାହିଁ | ଆପଣ ରାଜନୀତିରେ ନୂଆ ନୂଆ ପାଦ ରଖିଛନ୍ତି | ଆସ ମିଳିମିଶି ଗରିବୀ ଏବଂ ଶିକ୍ଷା ପାଇଁ ଲଢ଼ିବା | ସେତେବେଳେ ଇମ୍ରାନ ଖାନ କହିଥିଲେ ମୁଁ ପଠାଣ ଛୁଆ, କଥାରେ ପକ୍କା | ଏବେ ଦେଖିବା ସେ ନିଜ କଥାର କେତେ ପକ୍କା |" 

{"id":87931,"width":583,"height":453}

ଏହାପରେ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଥିଲେ, ସେ କହିଥିଲେ ଯେ, ଏଭଳି ସମୟରେ ମଧ୍ୟ କଂଗ୍ରେସ ରାଜନୀତି କରୁଛି । ରାହୁଲ ଗାନ୍ଧୀ ଯେଉଁଭଳି ଅବାନ୍ତର ପ୍ରଶ୍ନ ସବୁ ଉଠାଉଛନ୍ତି ତାହା ଶୁଣି ବେଳେ ବେଳେ ଲାଗୁଛି ଯେ, କଂଗ୍ରେସ ପାକିସ୍ତାନର ଭାଷା କହୁଛି ।  ମୋଦି କହିଥିଲେ ଯେ, କଂଗ୍ରେସ ୨୦୦୮ ମସିହାରେ ଚାଷୀଙ୍କ ଋଣ ଛାଡ ପ୍ରସଙ୍ଗ ଉଠାଇଥିଲା | ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଋଣ ଛାଡ ଜ୍ୱର ହୋଇଥାଏ | କେବଳ କଥାରେ ୫୫-୫୫ କୋଟିର ଋଣ ଛାଡ ହୋଇଥିଲା | ଗତ ସାଢେ ୪ ବର୍ଷ ମଧ୍ୟରେ ଜନତା ମଧ୍ୟ ଜାଣି ସାରିଛି କଂଗ୍ରେସ କଣ କରିଥିଲା ଏବଂ ବିଜେପି କଣ କରିଛି ବୋଲି କହିଥିଲେ ମୋଦି | ମୋଦି ଅଛି ତ ସବୁ ସମ୍ଭବ ଅଛି ବୋଲି କହିଥିଲେ ମୋଦି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.