Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||

କେନ୍ଦ୍ର ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା, କହିଲେ ‘ଦେଶର ବିକାଶକୁ ତ୍ବରାନ୍ବିତ କରିବ ଏହି ବଜେଟ୍’

5/07/2019 at 4:21 PM

ନୂଆଦିଲ୍ଲୀ ୫|୭: ନୂତନ ଭାରତ ଗଠନରେ ୨୦୧୯-୨୦ କେନ୍ଦ୍ର ବଜେଟ ଏକ ପ୍ରମୁଖ ଭୂମିକା ନେବ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି ।

ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ପରେ ଏହା ଉପରେ ଏକ ବିବୃତି ରଖି ମୋଦି କହିଛନ୍ତି ଯେ, ଏହା ଗରିବମାନଙ୍କ ମାନଦଣ୍ଡରେ ଉନ୍ନତି ଆଣିବା ସହ ଦେଶର ଯୁବ ଗୋଷ୍ଠୀକୁ ଏକ ସୁନେଲି ଭବିଷ୍ୟତ ପ୍ରଦାନ କରିବ ।

ବଜେଟର ପ୍ରମୁଖ ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ଦେଶର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ସହ ମଧ୍ୟବିତ ଜନସାଧାରଣଙ୍କ ସହାୟକ ହେବ । ବଜେଟଟି ଟିକସ ପ୍ରକ୍ରିୟାର ସରଳୀକରଣ କରିବା ସହିତ ଦେଶର ଭିତିଭୂମିକୁ ଏକ ଆଧୁନିକ ରୂପ ଦେବ । ଦେଶର କୃଷି କ୍ଷେତ୍ରକୁ ବଦଳାଇବାରେ ଏହା ଦିଗଦର୍ଶନ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ବାର୍ଷିକ ବଜେଟକୁ ଏକ ଆଶାର ବଜେଟ ଭାବେ ବିବେଚନା କରିବା ସହ ଏହା ଏକବିଂଶ ଶତାବ୍ଦୀରେ ଦେଶର ବିକାଶଧାରାକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶର ଗରିବ, କୃଷକ, ଦଳିତ ଓ ବଂଚିତ ଜନସାଧାରଣଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ଆଗାମୀ ପାଂଚ ବର୍ଷ ଏଭଳି ସଶକ୍ତିକରଣ ଯୋଗୁଁ ସେମାନେ ଦେଶ ବିକାଶର କେନ୍ଦ୍ର ଭାବେ ବିବେଚିତ ହେବେ । ସେମାନଙ୍କ ଯୋଗୁଁ ଆଗାମୀ ପାଂଚ ବର୍ଷ ମଧ୍ୟରେ ଦେଶ ପାଂଚ ଲକ୍ଷ କୋଟି ଡଲାର ଅର୍ଥ ନୀତିର ସ୍ୱପ୍ନକୁ ସାକାର କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

   Related Posts