ଓ୍ୱାଶିଂଟନ ହିଂସା : ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ- 'ଗଣତନ୍ତ୍ରରେ ଏହାର ସ୍ଥାନ ନାହିଁ'

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ,୦୭/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆମେରିକା ଓ୍ୱାଶିଂଟନରେ ହୋଇଥିବା ହିଂସାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଗଣତନ୍ତ୍ରରେ ସରକାର ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ଏଠାରେ କହି ରଖୁଛୁ ଯେ, ଓ୍ୱାଶିଂଟନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହଜାରହଜାର ସମର୍ଥକ କ୍ୟାପିଟୋଲ ହିଲ୍‌ରେ କବଜା କରିବା ପାଇଁ ଚେଷ୍ଟା କରିଥିଲେ । ଫଳରେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ଓ୍ୱାଶିଂଟନ ଡିସିରେ ହିଂସା ଓ ଉପଦ୍ରବ ଖବର ତାଙ୍କୁ ଦୁଃଖ ପହଁଚାଇଛି । ଶାସନ ଡୋରି ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଜରୁରୀ । ଏପରି ପ୍ରଦର୍ଶନ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷତି ପହଁଚାଇବା ଅନୁଚିତ ।

wp:html /wp:html

ସୂଚନାଯୋଗ୍ୟ, ଓ୍ୱାଶିଂଟନରେ ହୋଇଥିବା ହିଂସାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ପୋଲିସ ସହ ଧସ୍ତାଧସ୍ତି ହୋଇ ଅନେକ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି । ହଜାର ହଜାର ଟ୍ରମ୍ପ୍ ସମର୍ଥକ ସିନେଟକୁ ଘେରିବା ପାଇଁ ଉଦ୍ୟମ କରିଥିଲେ । ନାରାବାଜୀ କରି ଅନେକ ଅଞ୍ଚଳକୁ କବଜାକୁ ମଧ୍ୟ ନେଇଯାଇଥିଲେ ।

କେବଳ ମୋଦୀ ନୁହେଁ ବିଶ୍ୱର ଅନେକ ବଡ ବଡ ନେତା ଓ୍ୱାଶିଂଟନ ହିଂସାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ, ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.