Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

‘କରୋନାର ତୃତୀୟ ଲହରକୁ ଆମେ ରୋକିବା, ତାହା ଆମ ଦାୟିତ୍ୱ’, ପୂର୍ବ-ଉତ୍ତର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ନିର୍ଦ୍ଦେଶ

13/07/2021 at 1:41 PM

ନୂଆଦିଲ୍ଲୀ,୧୩/୦୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା କରିବା ସହ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ କଥା ହୋଇଛନ୍ତି । ଏହି ସମୟରେ କରୋନାର ତୃତୀୟ ଲହରକୁ ରୋକିବା ଆମର ଦାୟିତ୍ୱ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀ କହିଛନ୍ତି ଯେ, ଆମକୁ କରୋନା ଭାଇରସର ପ୍ରତି ଭାରିଆଣ୍ଟ ଉପରେ ନଜର ରଖିବାକୁ ହେବ । ମ୍ୟୁଟେସନ୍ ହେବା ପରେ ଏହା କେତେ ମାରାତ୍ମକ ତାହା ବିଶେଷଜ୍ଞମାନେ ନିରନ୍ତର ଭାବେ ଗବେଷଣା କରୁଛନ୍ତି । ତେବେ ସାମାଜିକ ଦୂରତା ରକ୍ଷା କରିବା ସହ ଉପଚାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କରୋନା ପାଇଁ ପର୍ଯ୍ୟଟନ ପ୍ରଭାବିତ ହୋଇଛି । କିନ୍ତୁ ବଜାର ଓ ହିଲ୍ ଷ୍ଟେସନରେ ମାସ୍କ ପିନ୍ଧି ବୁଲିବା ଅନୁଚିତ । ଟିକାକରଣ ଅଭିଯାନରେ ପୂର୍ବତ୍ତୋର ରାଜ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବତ୍ତୋରରେ ଟିକାକରଣ ପାଇଁ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଧାର କରିବାକୁ କ୍ୟାବିନେଟ୍ ୨୩ ହଜାର କୋଟିର ପ୍ୟାକେଜକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇପାରିବ । ସଂକ୍ରମଣ ରୋକିବା ପାଇଁ ତୃଣମୂଳ ସ୍ତରରେ କଡା ପଦକ୍ଷେପ ନେବାକୁ ହେବ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ନଜର ରଖିବାକୁ ହେବ । ପୂର୍ବତ୍ତୋରର ଭୌଗଳିକ ଅବସ୍ଥିତି ସତ୍ତ୍ୱେ ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ତ୍ୱରାନ୍ବିତ କରାଯାଉଥିବା ସେ କହିଛନ୍ତି ।

   Related Posts