କରୋନା ଲଢେଇ ପାଇଁ ଆଗକୁ ଆସିଲେ ପ୍ରଧାନମନ୍ତ୍ରୀଙ୍କ ମା, ପିଏମ କେୟାର୍ସ ଫଣ୍ଡରେ ଦେଲେ ୨୫ ହଜାର

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩: ପୂରା ଦୁନିଆ ସଂପ୍ରତି କରୋନା ଭାଇରସର ମୁକାବିଲା ପାଇଁ ସଂଘର୍ଷ କରୁଛି। ଏଥିରୁ ଭାରତ ମଧ୍ୟ ବାଦ୍ ପଡିନାହିଁ। ଦେଶରେ  ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ଏମିତି ସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍‌ ମୁକାବିଲା ପାଇଁ ପିଏମ କେୟାର୍ସ ନାମରେ ଏକ ଫଣ୍ଡ କରିଛନ୍ତି ଏବଂ ଲୋକଙ୍କୁ ସାହାଯ୍ୟ କରିବାକୁ ଅପିଲ୍ କରିଛନ୍ତି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରା ବେନ୍‌ ମଧ୍ୟ ପିଏମ କେୟାର୍ସ ଫଣ୍ଡରେ ୨୫ ହଜାର ଟଙ୍କା ଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା କରୋନା ଲଢେଇରେ ନିଜ ସଞ୍ଚୟ ରାଶିରୁ ୨୫  ହଜାର ଟଙ୍କା ପିଏମ  କେୟାର୍ସ ଫଣ୍ଡରେ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୦ରୁ ଅଧିକ ରହିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟି ୩୮ରେ ପହଞ୍ଚିଛି। ଏହା  ବ୍ୟତୀତ ପ୍ରାୟ ୧୩୮ ଜଣ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1244966300234838016","type":"rich","providerNameSlug":"twitter","className":""}
https://twitter.com/ANI/status/1244966300234838016
/wp:core-embed/twitter

ଉଲ୍ଲେଖନୀୟ ଏହା ପୂର୍ବରୁ ନିଜ ପୁତ୍ରଙ୍କ ଅପିଲ୍ କ୍ରମେ  ହୀରା  ବେନ୍ ମାର୍ଚ୍ଚ ୨୨ ରବିବାର ସନ୍ଧ୍ୟା ୫ଟାରେ କରୋନା ସେବାରେ ଲାଗିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଘର  ବାହାରକୁ ଆସି ଥାଳି ବଜାଇଥିଲେ। ଏଠାରେ କହି ରଖୁଛୁ ଯେ, ଯେବେ ବି ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରନ୍ତି ତେବେ କିଛି ସମୟ କାଢି ମାଙ୍କୁ ଭେଟିବାକୁ ନିଶ୍ଚୟ ଯାଆନ୍ତି। ହୀରା ବେନ୍‌ ଅହମ୍ମଦାବାଦରେ ନିଜର ପୁଅ ପଙ୍କଜ ମୋଦୀଙ୍କ ସହିତ ରହୁଛନ୍ତି।

ବଡ ବଡ ଉଦ୍ୟୋଗପତି କରୁଛନ୍ତି ଦାନ

{"id":247172,"sizeSlug":"large"}

ଅନ୍ୟପଟେ କରୋନା ମୁକାବିଲା ପାଇଁ ଉଦ୍ୟୋଗପତିଙ୍କଠୁ ନେଇ ସିନେ ଅଭିନେତା ଓ ଅଭିନେତ୍ରୀ, କ୍ରିକେଟ୍ ଖେଳାଳି ପିଏମ କେୟାର୍ସ ଫଣ୍ଡରେ ଦାନ କରୁଛନ୍ତି। ସିନେ ତାରକା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହା ବ୍ୟତୀତ ଦେଶର ସବୁଠୁ ବିତ୍ତଶାଳୀ ମୁକେଶ ଅମ୍ବାନୀ ପିଏମ କେୟାର୍ସ ଫଣ୍ଡରେ ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଟାଟା ଗ୍ରୁପର ଚେୟାରମ୍ୟାନ ତଥା ଟାଟା ଗ୍ରୁପ ଆଣ୍ଡ ସନ୍ସ ପିଏମ କେୟାର୍ସ ଫଣ୍ଡରେ ୧୫୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିରେ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ୫୦୦ କୋଟି ଟଙ୍କା ସାହାଯ୍ୟ କରିବେ। ଟାଟା ଗ୍ରୁପ ଆଣ୍ଡ ସନ୍ସ ୧୦୦୦ କୋଟିର ସହାୟତା ଦେବାକୁ ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.