ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | November 15, 2019 IST

ନୂଆଦିଲ୍ଲୀ ୧୫।୧୧ : ୧୧ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରବାର ବ୍ରାଜିଲ ବ୍ରାସିଲିଆରେ ବ୍ରିକ୍ସ ନେତାମାନଙ୍କ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ନେତାମାନେ ଏକ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା ପରେ ପୂର୍ଣ୍ଣାଙ୍ଗ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହି ସମୟରେ ବ୍ରିକ୍ସ ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଆସନ୍ତା ବ୍ରିକ୍ସ ସମ୍ମିଳନୀରେ ୫ ଶହ ବିଲିୟନ ଡଲାର ଭିଜନ ଉପସ୍ଥାପନ କରିବାକୁ ମୋଦି କହିଥିଲେ ।

{"id":184337,"sizeSlug":"large"}

ଚଳିତବର୍ଷ ବ୍ରିକ୍ସ ନବୀକରଣ ନେଟୱର୍କ, ବ୍ରିକ୍ସ ଭବିଷ୍ୟତ ନେଟୱାର୍କ ପ୍ରତିଷ୍ଠାନ ଓ ମହିଳା ବ୍ୟବସାୟିକ ମେଣ୍ଟର ଗଠନ ହୋଇଛି । ଭାରତରେ ଏବେ ଫିଟ ଇଣ୍ଡିଆ ଲଞ୍ଚ କରିଛି । ଏହି ଅଭିଯାନରେ ବ୍ରିକ୍ସ ରାଷ୍ଟ୍ରମାନଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୋଦି । ଏହି ବ୍ରିକ୍ସ ସମ୍ମିଳନୀ ଆତଙ୍କବାଦ ନିରୋଧକ ସହଯୋଗ ପାଇଁ ତନ୍ତ୍ର କରିବା ଉପରେ କେନ୍ଦ୍ରିତ କରିବ ଏବଂ ବିଶ୍ୱର ୫ ପ୍ରମୁଖ ଅର୍ଥବ୍ୟବସ୍ଥା ସହିତ ଭାରତର ସଂପର୍କକୁ ମଜବୁତ କରିବ ।

{"id":184338,"sizeSlug":"large"}

ବ୍ରିକ୍ସ ବିଶ୍ୱର ୫ ବିକଶିତ ଅର୍ଥବ୍ୟବସ୍ଥା ସମୂହ ଅଟେ, ଯେଉଁଥିରେ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛି । ଏହି ଅବସରରେ ଆସନ୍ତାବର୍ଷ ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋସ୍ଳୋନାରୋଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି । ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.