Howdy Modi :ହଷ୍ଟନ ଏନଆରଜି ଷ୍ଟାଡିୟମରେ ମୋଦିଙ୍କ ସହ ଟ୍ରମ୍ଫ

Published By : Prameya-News7 Bureau | September 22, 2019 IST

ହଷ୍ଟନ:  ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆୟୋଜନ କରାଯାଇଥିବା 'ହାୱଡି ମୋଦି' କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଯୋଗ ଦେଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କାର୍ଯ୍ୟକ୍ରମରେ ଟ୍ରମ୍ଫଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କୁ ସଭାମଞ୍ଚକୁ ପାଛୋଟି ନେଇଥିଲେ। ପରେ ଉଭୟ ଦେଶର ଜାତୀୟ ସଙ୍ଗୀତ ସହ ସଭା ଆରମ୍ଭ ହୋଇଥିବା ବେଳେ ମୋଦି ଟ୍ରମ୍ଫଙ୍କୁ ସଭାରେ ସ୍ୱାଗତ କରିଥିଲେ।

{"id":161223}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିଲେ। ତାଙ୍କୁ ଷ୍ଟାଡିୟମରେଆମେରିକା ମେରିଲ୍ୟାଣ୍ଡ ପ୍ରତିନିଧି ଷ୍ଟେନି ହୋୟରଙ୍କ ସହ ଟ୍ରମ୍ଫ ଙ୍କ ସାଂସଦମାନେ ସ୍ୱାଗତ କରିଥିଲେ।  ଏହି ଅବସରରେ ହୋୟର ଉପସ୍ଥିତ ଜନସମାବେଶକୁ ସ୍ୱାଗତ କରିବା ସହ ସମ୍ବୋଧିତ କରିଥିଲେ। ହୋୟର ତାଙ୍କ ଉଦବୋଧନ ‘ୱିଥ ଦି ପ୍ୟୁପିଲ’ ସହ ଆରମ୍ଭ କରିଥିଲେ। ଭାରତୀୟ ଗଣତନ୍ତ୍ର ସହ ବିଶ୍ୱର ସର୍ବପୁରାତନ ଆମେରିକା ଗଣତନ୍ତ୍ରର ଅନେକ ସାମଞ୍ଜସ୍ୟ ଥିବା କହିଥିଲେ ହୋୟର।

{"id":161224,"width":578,"height":347}

ମହାତ୍ମାଗାନ୍ଧିଙ୍କୁ ହୋୟର ମହାନ ବ୍ୟକ୍ତିତ୍ୱ କହିବା ସହ ଏଭଳି ଯୁଗ ବିଭୂତିଙ୍କ ଜନ୍ମମାଟି ଭାରତକୁ ମହାନ ବୋଲି କହିଛନ୍ତି। ହୋୟରଙ୍କ ଉଦବୋଧନ ପରେ ‘ବୈଷ୍ଣବ ଜନ’ ଭଜନରେ ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱାଗତ କାର୍ଯ୍ୟକ୍ରମରେ ଅଭିଭୂତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିଲାଗି ଟ୍ୱିଟ୍ ରେ  ହଷ୍ଟନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.